April 19, 2025

ଗଜପତି:- ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ- ଜିଲ୍ଲା ଶିକ୍ଷା ବିଭାଗ ପକ୍ଷ’ରୁ ମହା ଆଡ଼ମ୍ବର’ରେ ଅନୁଷ୍ଠିତ …

Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡସ୍ଥ ବେତାଗୁଡ଼ା ସ୍ଥିତ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସର’ରେ ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟ’ରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହା ଆଡ଼ମ୍ବର’ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଅନୁଷ୍ଠିତ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ’ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ’ଙ୍କ ସଭାପତିତ୍ବ’ରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭିନ୍ନ ସ୍ତରରେ ଗୁଣାତ୍ମକ ଶିକ୍ଷା’ର ମାନଦଣ୍ଡ ବଢାଇବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର’ଙ୍କ ପକ୍ଷ’ରୁ ଏଭଳି ପରିକଳ୍ପନା’ର ମହତ୍ ଉଦ୍ଦେଶ୍ୟ ରହିଛି । ଯେଉଁ ମାନେ ଏହି ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ’ରେ ପୁରସ୍କୃତ ହୋଇଛନ୍ତି , ସେମାନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇ ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ’ଙ୍କ ଏହି ଯୋଜନା’କୁ ସାକାର କରି ଆଗାମୀ ଦିନରେ ଜିଲ୍ଲା’ର ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
ଏହି ଅବସର’ରେ ଜିଲ୍ଲା’ର ସମସ୍ତ ୭ ଟି ବ୍ଲକ’ର ବିଭିନ୍ନ ବିଦ୍ୟାଳୟ ଅନ୍ତର୍ଗତ ଶିକ୍ଷା ଓ ସଂପୃକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶ୍ରେଷ୍ଠ ବିଦ୍ୟାଳୟ ସମେତ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ , ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି , ଆଲୁମିନି ତଥା ପୁରାତନ ଛାତ୍ର ପ୍ରଭୃତି ୧୧୨୪ ଜଣ’ଙ୍କୁ ମୁଖ୍ୟଅତିଥି ସମେତ ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା ।। ମୁଖ୍ୟତଃ ୮ଟି ବର୍ଗରେ ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରା ଯାଇଥିଲା-ଯାହାକି , ଶ୍ରେଷ୍ଠ ବ୍ଲକ ଶିକ୍ଷା ପୁରସ୍କାର -୭୧୪ ଟି , ଶ୍ରେଷ୍ଠ ନେତୃତ୍ୱ ଶିକ୍ଷା ପୁରସ୍କାର -୨୭୮ ଟି , ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ପୁରସ୍କାର -୫୫ ଟି , ଶ୍ରେଷ୍ଠ ପ୍ରାଥମିକ ଶିକ୍ଷା ପୁରସ୍କାର – ୭ ଟି , ଶ୍ରେଷ୍ଠ ମାଧ୍ୟମିକ ଶିକ୍ଷା ପୁରସ୍କାର ୨୧ ଟି , ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର -୭ ଟି , ଶ୍ରେଷ୍ଠ ମାଧ୍ୟମିକ ଶିକ୍ଷା ପୁରସ୍କାର -୨୧ ଟି , ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପୁରସ୍କାର -୨୦ ଟି , ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟି ଶିକ୍ଷା ପୁରସ୍କାର -୭ ଟି ଏବଂ ଶ୍ରେଷ୍ଠ ଆଲୁମିନୀ ଶିକ୍ଷା ପୁରସ୍କାର ୬ ଜଣ’ଙ୍କୁ ପ୍ରଦାନ କରା ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ
ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା , ଏଡିଓ: ଶ୍ରୀ ମନୋଜ ରଞ୍ଜନ ଦଳାଇ , ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର’ର ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ସଭା ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ’ରେ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ। ।
ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟନାୟକ’ଙ୍କ ସଂଯୋଜନା’ ରେ ଏହି ଅବସର’ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ।
ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ଶିକ୍ଷା ଅଧିକାରୀ’ଙ୍କ କାର୍ଯ୍ୟାଳୟ’ର ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ: ରବି କୁମାର ଏବଂ ଏମଡିଏମ: ଜିଲ୍ଲା ସଂଯୋଜକ ଶ୍ରୀ ଗୌରୀ ଶଙ୍କର ଚୌଧୁରୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଭିନ୍ନ ବ୍ଲକ’ର ବିଇଓ: , ଏବିଇଓ: , ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ’ଙ୍କ କାର୍ଯ୍ୟାଳୟ’ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)