December 5, 2024

୯ ତହସିଲର ୭୧୦ ଜଣଙ୍କୁ ମିଳିଲା ସିକିମ ପଟ୍ଟା ଭିସି ଯୋଗେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

Share

ଗଞ୍ଜାମ,: ଗଞ୍ଜାମ ଜିଲ୍ଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁର ସ୍ଥିତ ଷ୍ଟାଡିଅମ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସିକିମ ସତ୍ତ୍ଵାଧାରୀ ଚାଷୀ ମାନଙ୍କୁ ସ୍ଥିତିବାନ ବାନ ପଟ୍ଟା । ପ୍ରଦାନ ପାଇଁ ଓଡିଶା ଭୁସଂସ୍କାର ଆଇନ୍, ୧୯୬୦ ର ୬୦ର ଆବଶ୍ୟକୀୟ ସଂଶୋଧ କରାଯାଇଛି । ସିକିମ ଚାଷୀ ମାନେ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ପାଇଛନ୍ତି। ରାଜ୍ୟରୁ ସିକିମ ସ୍ଵତ୍ତ୍ଵ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ଵତ୍ତ୍ଵର ପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଛତ୍ରପୁର ଷ୍ଟାଡିଅମର ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଦକ୍ଷିଣାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସିନ ଥିଲେ | ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୯ଟି ତହସିଲ ଅଞ୍ଚଳର ୭୧୦ ଜଣ ହିତାଧିକାରୀଙ୍କୁ ଏହି ପଟ୍ଟା ବଣ୍ଟନ କରାଯାଇଥିଲା। ପଟ୍ଟା ପ୍ରଦାନ ସମାରୋହରେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ବାଗତ ଜଣାଇ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ | ପରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସିକିମ ପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଛତ୍ରପୁର ତହସିଲ ଅନ୍ତର୍ଗତ ଚଷାକଣା ଗ୍ରାମର ଶଶୀକଳା ପ୍ରଧାନ ନାମକ ହିତାଧିକାରୀ କଥା ହେବା ସହିତ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ପ୍ରିୟ ରଞ୍ଜନ ପୃଷ୍ଟି ଓ ପ୍ରମୋଦ ପୃଷ୍ଟି, ଡୁଡ଼ା ପିଡି ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର,ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଜିଲ୍ଲା ପରିଷଦ ସିଡିଓ ଓ ନିର୍ବାହୀ ଅଧିକାରୀ ମଧୁମିତା, ଡେପୁଟି କଲେକ୍ଟର ଦୟାସିନ୍ଧୁ ସିନ୍ଧୁ ପରିଡାଙ୍କ ଅନ୍ୟାନ୍ୟ ପ୍ରଶାସନିକ ଶାସନିକ ଅଧିକାରୀ, ମିଶନ ଶକ୍ତିର ସଦସ୍ଯା ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାରେ ୭୧୦ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି। ସେମାନେ ହେ ହେଲେ ଗଞ୍ଜାମ ତହସିଲର ୧୩ ଜଣ, ଖଲ୍ଲିକୋଟ ତହ ତହସିଲରମ ରୂଷୋତ୍ତମପୁରର ଜଣ, ହିଞ୍ଜିଳିର ୪୮ ଜଣ, ପୁରୁଷୋତ୍ତମପୁର ୧୬୬ ଜଣ, ଛତ୍ରପୁର ତହସିଲର ୧୦୫ ଜଣ, ବ୍ରହ୍ମପୁରର ୩ଜଣ,ଚିକଟିର ୨୩ ଜଣ ଓ କନିଷି ୧୩୦ ଜଣ, କୁକୁଡ଼ାଖଣ୍ତି ତହସିଲର ୨୨୦ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି। ଏଥିରେ କୁକୁଡ଼ାଖଣ୍ତି ତହସିଲଦାର ସପନ କୁମାର ସାହୁ, କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ,୧୦ ଜିଲ୍ଲା ପରିଷଦ ସଭ୍ଯା ଭାରତୀ ନାୟକ, ବ୍ରହ୍ମପୁର ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମଲଣା, ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ, ବାଲିପଡା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, ବାଘଲଟି ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ, କୁକୁଡ଼ାଖଣ୍ତି ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।(ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ)

You may have missed