March 12, 2026

ମା ଦକ୍ଷିଣ ଦଣ୍ଡ କାଳୀ ଙ୍କ ନୂତନ ମନ୍ଦିର ଓବିଗ୍ରହ ପ୍ରତିଷ୍ଠା,ଚବିଶି ପ୍ରହର ନାମଯଜ୍ଞ… 

handi
Share

 

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାମୋଦରପୁର କଲେଜ ରୋଡ ରେ ଅବସ୍ଥିତ ଶ୍ରୀ ଶ୍ରୀ ମା ଦକ୍ଷିଣ ଦଣ୍ଡ କାଳୀଙ୍କ ନୂତନ ମନ୍ଦିର, ନୂତନ ବିଗ୍ରହ ପ୍ରତିଷ୍ଠା, ଘୃତଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ପ୍ରଭୃତି କାର୍ଯ୍ୟକର୍ମ ଅନୁଷ୍ଠିତ ହେଉଛି l ଏହି ଅବସରରେ ସୋମବାର ଦିନ ପୁଣ୍ୟ ତୋୟା ଋଷିକୁଲ୍ୟା ନଦୀ ରେ ପାରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚନା ପରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଶତାଧିକ ମହିଳା ଓ ପୁରୁଷ ମାନେ ମସ୍ତକରେ ରେ ପୂର୍ଣ୍ଣ କଳସ ଧାରଣ କରି ଏକ ବିରାଟ ପାଟୁଆର ରେ ଗଞ୍ଜାମ ସହରର ମୁଖ୍ୟରାସ୍ତା ଦେଇ ବାଦ୍ୟ ବାଜଣା ସହକାରେ ପରିକ୍ରମା କରିବା ସହ ଓଡ଼ିଆ ଢମଣା ସାହି ସ୍ଥିତ ରାମଲୀଙ୍ଗେଶ୍ୱର ମନ୍ଦିର ନିକଟରେ ପହଂଚି ଥିଲେ l ସେଠାରୁ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ଅଭିମୁଖେ ଆସି ଯଜ୍ଞମଣ୍ଡପ ରେ ପହଁଚିଥିଲେ l ପଣ୍ଡିତ ଶ୍ରୀ ଜଗନ୍ନାଥ ନନ୍ଦ ଏବଂ ପଣ୍ଡିତ କାଳୁ ଚରଣ ଶତପଥୀ ପୌରାହିତ୍ୟ ରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ ଆସନ୍ତା ତେଇସି ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଆୟୋଜକ ଙ୍କ ଠାରୁ ସୂଚନା ମିଳିଛି l ବିଭିନ୍ନ ଅଞ୍ଚଳ ରୁ ବହୁ ଭକ୍ତ ଙ୍କ ସମାଗମ ଦୃଷ୍ଟି ରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି l ରାମ ଦୋଳି, ମୀନl ବଜାର ସହ ସମଗ୍ର ଅଂଚଳ ଏବେ ଉତ୍ସବ ମୁଖରିତ ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ଗଞ୍ଜାମ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି l(ପ୍ରଦୀପ କୁମାର ପଣ୍ଡା)