March 11, 2026

ଷଷ୍ଠ ବାର୍ଷିକ ଉତ୍ସବ ଓ ମାତୃ ସମ୍ମିଳନୀ

IMG-20230221-WA0020
Share

 

ବୋଲଗଡ଼,୨୧/୦୨(ଉପାନ୍ତ ଓଡ଼ିଶା):ଦିବ୍ୟ ଜନନୀ ଜନ୍ମ ଜୟନ୍ତୀ ଅବସରରେ ଅପରାହ୍ନ ୩ଘଟିକା ସମୟରେ ବୋଲଗଡ଼ର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଷଷ୍ଠ ତମ ବାର୍ଷିକ ଉତ୍ସବ ତଥା ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ,ଧୂପ ଓ ପୁଷ୍ପ ଅର୍ପଣ କରିବା ସହିତ ଧ୍ୟାନ ଓ ମାତୃ ସଂଗୀତ ଗାନ କରାଯାଇଥିଲା। ତତସହିତ ପିଲାଙ୍କୁ କିପରି ଗଢିବା ଏବଂ ଆଦର୍ଶ ମାତୃତ୍ବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)