ପୁଷ୍ ପୁନି ଭେଟଘାଟର ଉଦଯାପନୀ ଦିବସ

ତା୨୦/୧ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ସାଗରଗୁଡ଼ା ସହିଦ୍ ଲକ୍ଷ୍ମଣ ନାୟକ ପଡ଼ିଆ ଠାରେ ଚାଲିଥିବା ପୁଷ୍ ପୁନି ଭେଟଘାଟ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଳ ଅଧିବାସୀ ସଂଘ ସଭାପତି ମହେଶ୍ୱର ପେଣ୍ଠିଆ, ସମ୍ପାଦକ ଭଜମନ ସାନ୍ତା,ମାଳି ନାୟକ, ପରାମର୍ଶଦାତା ତ୍ରିନାଥ ହରିଜନ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ପ୍ରତି ବର୍ଷ ଭଳି ବ୍ଲକର ପ୍ରତି ପଞ୍ଚାୟତରୁ ଭଲିବଲ ଦଳ ମାନଙ୍କୁ ନେଇ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପୂର୍ବ ବର୍ଷ ମାନଙ୍କରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ ଚଳିତ ବର୍ଷ ୩୨ ଟି ଦଳ ଖେଳିବାର ସୁଯୋଗ ପାଇଥିଲେ l ପୁଷ୍ ପୁନି ଭେଟଘାଟର ପାରମ୍ପରିକ ନିୟମ ଅନୁସାରେ ପୂର୍ବ ଦିନ ସନ୍ଧ୍ୟା ଠାରୁ ଭଗୀ ଲାଗିଥିଲା l ତା ପର ଦିନ ମୁଖ୍ୟ ଉତ୍ସବ l ପୂର୍ବ ପୁରୁଷ ଅମଳରୁ ଅଞ୍ଚଳରେ ପରିବେଷଣ ହୋଇ ଆସୁଥିବା ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ ହୋଇଥିଲା l କୁନ୍ଦୁରା ବ୍ଲକ ମୂଳ ଅଧିବାସୀଙ୍କ ପାରମ୍ପରିକ ବେଶଭୂଶାରେ ସଜ୍ଜିତ ହୋଇ ଦୁରୁଆ ନାଚ, ରିଁଯୋଡ଼ି,ପୁଷ୍ ନାଟ,ଦଣ୍ଡାହଳିଆ,ଗୀତକୁଡ଼ିଆ,ଆଦି ନୃତ୍ୟ ପରିବେଷଣ କରିଥିଲେ ବିଭିନ୍ନ ଗାଁ ରୁ ଆସିଥିବା ସ୍ଥାନୀୟ କଳାକାର l ଦିନ ସାରା ଚାଲିଥିଲା ଗୋଟିଏ ପରେ ଗୋଟିଏ ନୃତ୍ୟ,ସଙ୍ଗୀତ,ଛେର୍ ଛେରା,ପାନିଆ ଝୁନିଆ ଆଦି କାର୍ଯ୍ୟକ୍ରମ l ଆଜିର ଦିନରେ ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ସଙ୍ଗୀତକୁ ମଞ୍ଚ ଉପରେ ମନ ଭରି ଉପଭୋଗ କଲେ ଦର୍ଶକ l ଉଦଯାପନୀ ସନ୍ଧ୍ୟାରେ ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ସଭାପତି ମହେଶ୍ବର ପେଣ୍ଠିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଭଜମନ ସାନ୍ତା, କୋଷାଧକ୍ଷ ମାଳି ନାୟକ, ପରାମର୍ଶଦାତା ତ୍ରିନାଥ ହରିଜନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜା,ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆ,ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ,ସୁନ୍ଦ୍ର ମାଳି,ସରପଞ୍ଚ ଶିବ ପ୍ରଧାନୀ, ଘାସି ଭତରା, ମାଣିକ ସାନ୍ତା,ଜୟନ୍ତୀ କୁଶପାରିଆ,ରାମଚନ୍ଦ୍ର ବାଣୁଆ,ଲବ ପରଜା, ସମିତି ସଭ୍ୟ ଦାମୋଦର ଗଣ୍ଡା, ପ୍ରମୁଖ ମଞ୍ଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗୋରା ମୁଦୁଲି, ଶୁକ ପରଜା,ରାମନାଥ ବାରିକ,ରାମକୃଷ୍ଣ ନାୟକ, ଭକ୍ତ ନାୟକ,ତ୍ରିନାଥ ନାୟକ ପ୍ରମୁଖ ପରିଚାଳନା କରିଥିଲେ l ମୋନଜ କୁମାର ବେହେରା, ଭଗବାନ ଖୁଡୁପିଆ,ବିବେକ କୁମାର ପଣ୍ଡା (ଟୁନା) ରାମନାଥ ଭୂମିଆ ଓ ଧନୁର୍ଯୟ ଗଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l ଭଲିବଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗୀର୍ଲିଗୁଡ଼ା ଦଳକୁ ସାତ ହଜାର ଓ ଦିତୀୟ ସ୍ଥାନ ଅଧିକାର କରିଥିବା ଜିରାଗୁଡ଼ା ଦଳକୁ ଚାରି ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l