March 10, 2026

ବନ୍ଧୁ ବାନ୍ଧିଲେ ଦୁଇଟି ଗାଁ ର ଗ୍ରାମବାସୀ…

ghfhyf
Share


କୋରାପୁଟ(ଆ.ପ୍ର) କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର କୁନ୍ଦ୍ରା ବ୍ଲକ ବାଗଦାରୀ ପଞ୍ଚାୟତ ସିନ୍ଧି ଭାଟାଗୁଡା ଓ ଟାଙ୍ଗିଆଗୁଡା ଏବଂ କୋଟପାଡ଼ ବ୍ଲକର ଛତ୍ତର୍ଲା ପଞ୍ଚୟତର ଫୋଟକିକୁମ୍ବି ଓ ବାକଟିଗୁଡା ର ଶତାଧିକ ମହିଳା ପୁରୁଷ ଶିଶୁଠାରୁ ବୃଦ୍ଧା ପର୍ଯ୍ୟନ୍ତ ଚାରୋଟି ଗାଁ ର
ଗ୍ରାମବାସୀ ଏକତ୍ରିତ ହୋଇ ବନ୍ଧୁ ବାନ୍ଧିବା ଠାରୁ ଆମେ ସମସ୍ତେ ସୁଖ ଦୁଃଖରେ ଏକ ହୋଇ ଚଳିବା ବୋଲି ଶପଥ କରିଥିଲେ।ଉଦୟ ଦୁରୁଆ, ଜଗନ୍ନାଥ ଗୌଡ଼, ରାମ ଭୂମିଆ ,ଗୁରୁ ନାଥ ଦୁରୁଆ ଉତ୍ସବକୁ ପରିଚାଳନା କରିଥିଲେ।
ସ୍ଥାନୀୟ ସରପଞ୍ଚ ଶ୍ରୀ ତ୍ରିନାଥ ମାଝୀ ଏବଂ ପୁର୍ବତନ କୋଟପାଡ଼ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ।