ଉକୁଲେଇ ଠାକୁରାଣୀଙ୍କ ଜନ୍ମ ଉତ୍ସବ ପାଳିତ
ଅସ୍ତରଂଗ,,ଅସ୍ତରଙ୍ଗ ଓ କାକଟପୁର ମୁଖ ସଡକ ର ଅଳ୍ପ କିଛି ଦୂରରେ ପଡ଼େ,ମା,ଉକୁଳେଇ ଠାକୁରାଣୀ ଙ୍କ ମନ୍ଦିର । କିମ୍ବଦନ୍ତୀ କୁହେ,ଯେଉଁମାନେ ଜର ରୋଗରେ ପଡ଼ି ଭଲ ହୋଇ ନ ପାରନ୍ତି ,ସେହି ଲୋକ ମାନେ ମାଙ୍କ ନିକଟରେ ଶରଣ ପଶି,ମା ଙ୍କ ଚାପ ପୋଖରୀ ରେ ଗାଧୋଇ କଳସ ରେ ଜଳ ଆଣି ମନ୍ଦିର ବେଢ଼ାରେ ସ୍ଥାପନ କରି,ଝୁଣା ଧୂପ ଗ୍ରହଣ କଲେ ପାଳି ଜର ଆଦି ଭଲ ହୋଇଥାଏ । ତେଣୁକରି ଆଜିର ଦିନ ତଥା ତ୍ରିବେଣୀ ଅମାବାସ୍ୟା ତିଥିରେ ମା ଙ୍କର ଆବିର୍ଭାବ ହୋଇ ଥିବାରୁ ,ପ୍ରତି ବର୍ଷ ଭଳି ଚଳିତବର୍ଷ ,ମାଙ୍କ ପୀଠରେ ମହା ସମାରୋହରେ ପାଳିତ ହୋଇ ଯାଇ ଅଛି ମା ଙ୍କର ଜନ୍ମ ମହୋତ୍ସବ । ଅସ୍ତରଂଗ, କାକଟପୁର ର ଆଖ ପାଖ ଅଞ୍ଚଳ ସମେତ, ଓଡ଼ିଶାର କୋଣ ଅନୁକୋଣରୁ ବହୁ ଭକ୍ତ ରୁଣ୍ଡ ହୋଇ ଥିଲେ ମା ଙ୍କର ଜନ୍ମ ମହୋତ୍ସବରେ ସାମିଲ ହେବା ପାଇଁ । ବହୁ ଭକ୍ତ ତାଙ୍କର ମାନସିକ ଅନୁଯାୟୀ ନିକଟ ଚାପ ପୋଖରିରେ ସ୍ନାନ କରି , ରୋଗ ବୈରାଗ ଭଲ ହେବାପାଇଁ, ସାନିଗ୍ଧ ଲାଭ କରି ପୂଜା ଅର୍ଚ୍ଚନା କରି ପ୍ରସାଦ ସେବନ କରୁଥିବାର ଦେଖା ଯାଇ ଥିଲା । ମା ଙ୍କର ପୂଜକ ମଙ୍ଗୁଳି ଭାଇନା,ମା ଙ୍କର ଯଥା ବିଧି ପୂଜାର୍ଚ୍ଚନା କରିବା ସହ,ଭକ୍ତ ମାନଙ୍କ ତରଫରୁ ଦିଆଯାଇଥିବା ଫୁଲ, ଅତର ତଥା ସୁବାସିତ ଜଳ ଆଦିରେ ମାଙ୍କୁ ଲେପନ କରା ଯାଇଥିଲା । ଭକ୍ତ ମାନେ ମାଙ୍କୁ, ଶୃଙ୍ଖଳାର ସହ,ଦର୍ଶନ ନିମନ୍ତେ,ଅସ୍ତରଙ୍ଗ ଥାନା ଆଇ ଆଇ ସି ଶ୍ରୀ ପଞ୍ଚାନନ ପରିଡ଼ା ଙ୍କ ନେତୃତୋରେ ବ୍ୟାପକ ପୋଲିସ ମୁତୟନ କରାଯାଇ,ଧାଡ଼ି ବାନ୍ଧି ଦର୍ଶନ ର ବ୍ୟବସ୍ଥା କରା ଯାଇ ଥିବା ବେଳେ, ମା ଙ୍କର ସ୍ୱୋପ୍ନାଦେସ ନ ମିଳିବାରୁ,ତ୍ରିବେଣୀ ଅମାବାସ୍ୟା ତିଥିରେ ହେବାକୁ ଥିବା ଚାପ ଖେଳ ବନ୍ଦ ରହି ଅଛି ।
ଦୁଃଶାସନ ନାୟକ,ଅସ୍ତରଙ୍ଗ ।