ପୂର୍ବତନ ମହିଳା ସରପଞ୍ଚଙ୍କ ପରଲୋକ ହାଟଡିହି
: ହାଟଡିହି ବ୍ଲକ ପନ୍ଦାଡେ ପଞ୍ଚାୟତ ପଦାଡୋ ଗ୍ରାମର ପୂର୍ବତନ ସରପଞ୍ଚ ସୌଦାମିନି ସାମଲ ( ୮୦ ) ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ , ପରୋପକାରୀ , ସ୍ନେହି ଓ ଧର୍ମପରାୟଣ ମହିଳା ଥିବା ବେଳେ ୧୯୯୭ – ୨୦୦୨ ମସିହା ପର୍ଯ୍ୟନ୍ତ ମହିଳା ସରପଞ୍ଚ ହୋଇ ନିଜର ଦାୟିତ୍ଵ ସଠିକ୍ ଭାବେ ତୁଲାଇ ପଞ୍ଚାୟତବାସୀଙ୍କର ନିଜର ହୋଇପାରିଥିଲେ । କିଛିଦିନ ହେଲା ସେ ହାଇଦ୍ରାବାଦରେ ସାନ ଝିଅ ରେଣୁବାଳା ସାମଲଙ୍କ ପାଖରେ ରହୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମରଶରୀର ଆଜି ସନ୍ଧ୍ୟାରେ ପହଁଚିବା ପରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ତାଙ୍କ ବଡପୁଅ ଶିକ୍ଷକ ହେମନ୍ତ କୁମାର ସାମଲ , ପ୍ରଦୁମ୍ନ ରାଉତ, ସୁଧାଂଶୁ ମଲ୍ଲିକ, ରବୀନ୍ଦ୍ର କୁଆଁର, ବନମାଳୀ ସାହୁ, ଧନଞ୍ଜୟ ପାତ୍ର, ଆନନ୍ଦ ଦାସ, ଅମିୟ ନାୟକ, ସଦାଶିବ ଚକ୍ର, ମୁନା ପାତ୍ର, ପ୍ରଦୀପ ରାଉତ,ସନ୍ତୁନ ରାଉତ, ଙ୍କ ସହ ସାନପୁଅ ଶ୍ରୀମନ୍ତ ସାମଲ , ଜ୍ୱାଇଁ ହରିଶ୍ ରାଉତ , ଦୁଇ ବୋହୂ , ନାତୁଣୀ , ପରିବାରବର୍ଗ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।