March 11, 2026

ଇଣ୍ଟେର୍ନେଟ ସେବା ନପାଇ ଆଠ ମାସ ହେବ କୁଟୁଣୀ ଅଞ୍ଚଳ ବାସୀ ହୋଉଛନ୍ତି ହନ୍ତସନ୍ତ |

IMG-20251220-WA0128
Share

ଗୁଣପୁର -ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଚିନାସାରୀ ପଞ୍ଚାୟତ ଅନ୍ତର୍ଗତ ପଦାସାହି, ଟୁକୁଣୀ, ରୁମ୍ଭାତି ଭଳି 13ଖଣ୍ଡ ଗ୍ରାମର 6000ରୁ ଉର୍ଦ୍ଧ ଜିଓ ହିତାଧିକାରୀ ଥିବାବେଳେ ପ୍ରାୟ ଆଠ ମାସ ହେବ ଜିଓ କମ୍ପାନୀ ତରଫରୁ ସନ୍ତୋଷ ଜନକ ସେବା ପାଉନଥିବାରୁ ଅଞ୍ଚଳ ବାସୀଙ୍କ ମଧରେ ତୀବ୍ର ଅସନ୍ତସ ଭାବ ଦେଖିବାକୁ ମିଳିଛି |ଏହି ଅଞ୍ଚଳରେ ଜିଓ କମ୍ପାନୀ ତରଫରୁ ଗତ ଏପ୍ରେଲ ମାସରେ ଜିଓ ଟାୱାର ସ୍ଥାପନ କରାଯାଇଥିଲେ ମଧ୍ୟ ହିତାଅଧିକାରୀଙ୍କୁ ଇଣ୍ଟେର୍ନେଟ ସେବା ଯୋଗାଇବାରେ ସମ୍ପୂର୍ଣ ଭାଵରେ କମ୍ପାନୀ ତରଫରୁ ବିଫଳ ହୋଇଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି |ନିୟୋମିତ ଜିଓ ହିତାଅଧିକାରୀ ପ୍ରତି ମାସରେ ନିର୍ଦ୍ଧାରିତ ଦେୟ ଦେଇ ଜିଓ ସିମ୍ କୁ ସକ୍ରିୟ କରି ଆସୁଥୁଲେ ମଧ୍ୟ ଇଣ୍ଟେର୍ନେଟ ସେବା ପାଇବାରେ ସମ୍ପୂର୍ଣ ଭାବରେ ବିଫଳ ହେଇ ଆସୁଛନ୍ତି |ଯଥା ଶୀଘ୍ର ଏହି ଅଞ୍ଚଳ ବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଜିଓ ନେଟୱାର୍କ ସେବା ଯୋଗାଇବାରେ ତତ୍ପରତା ଦେଖାଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଗୁଣପୁର ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି |ଏହାର କିଛି ଦିନ ପୂର୍ବରୁ ଅଞ୍ଚଳ ବାସୀ ଅଞ୍ଚଳର ମୋବାଇଲ ସେବାର ସମସ୍ୟାକୁ ନେଇ ଗୁଣପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣେଇଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କ ତରଫରୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି |

ତୁରନ୍ତ ଉକ୍ତ ସମସ୍ୟାର ସମାଧନ ନକଲେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଅଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି |