ବିଦ୍ୟାଳୟ ପରିଚାଳନା ପରିଷଦର ନୂତନ ସଭ୍ୟ ସଭ୍ୟା ଚୟନ ….
ବେଗୁନିଆ,,(ଉପାନ୍ତ ଖବର) ତା 20/12: ପି ଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ର ପାଞ୍ଚ ଜଣ ସଭ୍ୟ ସଭ୍ୟା ଙ୍କ ପୁତ୍ର ଓ କନ୍ୟା ବିଦ୍ୟାଳୟ ପରିତ୍ୟାଗ କରିଥିବାରୁ ସେମାନଙ୍କ ସ୍ଥାନରେ ନୂତନ ସଭ୍ୟ ସଭ୍ୟା ନେବା ପାଇଁ ଶନିବାର ଦିନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସ୍ୱାଇଁ ଙ୍କ ଆବାହକତ୍ୱ ଏବଂ ପୌରହିତ୍ୟ ଓ ବାରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ଙ୍କ ସଂଯୋଜନା ରେ ପିତାମାତା -ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ସୁଜାତା ରଥ, ନମିତା ପ୍ରଧାନ ଓ ଜାନକୀ ନାୟକ ଙ୍କୁ ନୂତନ ସଭ୍ୟା ଓ ଦମ୍ବରୁଧର ସାହୁ, ଲୋକନାଥ ଜେନା ଙ୍କୁ ନୂତନ ସଭ୍ୟ ରୂପେ ଚୟନ ପ୍ରକ୍ରିୟା ପଦ୍ଦ ରେ ନିଆଯାଇଥିଲା l
ପରିଶେଷରେ ବିଦ୍ୟାଳୟ ପରିଚାଳନା ପରିଷଦ ର ଅଧ୍ୟକ୍ଷl ଦାୟିତ୍ୱ ନିର୍ବାହ କରୁଥିବା ପୁଷ୍ପଲତା ଜୟସିଂହ ପିତାମାତା ଙ୍କୁ ସ୍ୱାଗତ କରିଥିବା ବେଳେ ସଭ୍ୟ ତଥା କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l ରିପୋର୍ଟର ମାନସ ରଞ୍ଜନ କର
