ସ୍ଥାପତ୍ୟ ରତ୍ନ ସମ୍ମାନରେ ସଂମ୍ମାନିତ ହେଲେ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର୍ ତ୍ରିପାଠୀ
ଛତ୍ରପୁର ତା ୨୦/୧୨/୨୫(ଅରୁଣ କୁମାର ପଣ୍ଡା)ସମୃଦ୍ଧି ଓଡିଶା ତରଫରୁ ଭୁବନେଶ୍ୱର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ସ୍ବର୍ଣ୍ଣ କ୍ଷେତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମସ୍ଚ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ୍, ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ପୂର୍ବତନ ଭୁବନେଶ୍ୱର ସାଂସଦ ଡ଼ ପ୍ରସନ୍ନ ପାଟସାଣୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାରା ଓଡିଶାର କଳା ପ୍ରେମୀ ଓ ମନ୍ଦିର ସ୍ଥପତି ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା l ସମୃଦ୍ଧ ଓଡ଼ିଶା ଗଠନରେ କଳା, ଛାନ୍ଦ, ମୂର୍ତ୍ତୀ କଳା ତଥା ସ୍ଥାପତ୍ୟ ର ପୁନରୁଦ୍ଧାର କ୍ଷେତ୍ରରେ ଅଦ୍ଭୁତ ଯୋଗଦାନ ପାଇଁ , ତଥା ପୁରାତନ ପ୍ରାସାଦ ର ସଂରଚନା ଉପରେ ଲୁପ୍ତ ଶାସ୍ତ୍ର ର ପୁନରୁଦ୍ଧାର ଦିଗରେ ଅଗ୍ରଣୀ କାର୍ଯ ପାଇଁ ବିସ୍ତୃତ ରୂପେ ଗବେଷଣା କରି ସ୍ଥାପତ୍ୟ କ୍ଷେତ୍ରରେ ସାରା ଓଡିଶା ରେ ଏକ ନୁଆଁ ପରିଚୟ ସୃଷ୍ଟି କରିଥିବା ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ଙ୍କ ମନ୍ଦିରର ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର୍ ତ୍ରିପାଠୀ ଙ୍କୁ ସ୍ଥାପତ୍ୟ ରତ୍ନ ସମ୍ମାନରେ ସମ୍ମାନିତ କରାଗଲା। ଏହା ଗଞ୍ଜାମ ଜିଲ୍ଲା ଓ ମାଁ ରାମଚଣ୍ଡୀ ପୀଠ ପାଇଁ ଏକ ଗୌରବର କଥା l ତେଣୁ ମାଁ ରାମଚଣ୍ଡୀ ଙ୍କ ଅଗଣିତ ଭକ୍ତ, ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ଓ ପରିଚାଳନା କମିଟି ତରଫରୁ ଭୁରି ଭୁରି ପ୍ରସଂଶା କରାଯାଇଛି l
