March 11, 2026

ଲାଞ୍ଚ ମାମଲାରେ ଲାଞ୍ଜିଗଡ ସି.ଡି. ପି.ଓ ଙ୍କୁ କାରାଦଣ୍ଡାଦେଶ..

IMG-20251220-WA0066
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ପୂର୍ବତନ ସି.ଡି.ପି.ଓ ମିନାକୁମାରୀ ପାତ୍ର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି।

ସୂଚନା ମୁତାବକ, ଗତ ୨O୨୧ ମସିହାରେ ଲାଞ୍ଜିଗଡ଼ର ତତ୍କାଳିନ ଶିଶୁ ବିକାଶ ପରିଯୋଜନା ଅଧିକାରୀ ମିନାକୁମାରୀ ପାତ୍ର, ସେଠାକାର ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଠ ଛତୁଆ ତିଆରି କରୁଥିବା ୫ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ, ଛତୁଆ ବିଲ ବାବାଦରେ, ୧୧ ଲକ୍ଷ୍ୟ ଟଙ୍କାର ଛତୁଆ ବିଲ କରାଇଦେବାକୁ କହି ୫ ଟି ଜାକ ସ୍ୱୟଂ ସାହାୟଜ ଗୋଷ୍ଠୀଙ୍କ ଠାରୁ ୮O ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ଏନେଇ ଭବାନୀପାଟଣା ସ୍ଥିତ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଯୋଜନା ମୁତାବକ ଲାଞ୍ଜିଗଡ଼ ସି.ଡି. ପି.ଓ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡି ଧରାପଡ଼ିଥିଲେ ଓ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। କିନ୍ତୁ ଗତକାଲି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ଏହି ରାୟରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସି.ଡି.ପି.ଓ ମିନାକୁମାରୀ ପାତ୍ରଙ୍କୁ ୪ ବର୍ଷ କାରାଦଣ୍ଡାଦେଶ ଦେଇଥିବାବେଳେ ୧ ଲକ୍ଷା ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛି।