ଅଦିନିଆ ବର୍ଷା ଦେଖି ଚାଷୀ କୁଳ ହତାଶ.

ଲଘୁଚାପ ବର୍ଷା କାଶୀନଗର ଅଞ୍ଚଳରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଚାଷୀ ମାନେ ଅମଳ କରିଥିବା ଧାନ ସବୁ ଜମି ନିକଟରେ ଥିବା ଖଳା କରି ରଖିଛନ୍ତି. ଏହି ଅଦିନିଆ ବର୍ଷା ଦେଖି ଚାଷୀ ମାନେ ଟାରପାଲିନ ଘୋଡେଇ ଧନକୁ ସୁରକ୍ଷିତ ରଖିଛନ୍ତି. ଚାଷୀ ମାନଙ୍କ ଦୁଃଖ ଧାନ ଲଗେଇବା ଦିନ ଠାରୁ ଅମଳ ହେବା ଯାଏଁ ସମସ୍ୟା ପରେ ସମସ୍ୟା କେତେବେଳେ ହାତୀ, ଆଉ କେତେବେଳେ ବାନ୍ୟଜନ୍ତୁ ଆଉ ଏବେ ଲଘୁଚାପ ଜନିତ ଅଦିନିଆ ବର୍ଷା ଯାହା ଦ୍ୱାରା ସେମାନେ ଭାଙ୍ଗି ପଡିଛନ୍ତି. ବର୍ତମାନ କିଛି ଚାଷୀ ଙ୍କ ଧାନ ଖଳରେ ଭିଜୁ ଥିବା ସୂଚନା ମିଳୁଛି ଏବଂ ଏହି ଅମଳ ହୋଇଥିବା ଧାନ ବର୍ଷା ଅଧିକ ହେଲେ ଧାନର ମନ ହ୍ରାସ ହେବ ଓ ଧାନ ଗଜା ହୋଇଯିବା କଥାକୁ ଆମେ ଏଡେଇ ପରିବା ନାହିଁ. ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ହୋସ ଉଡେଇ ସେମାନଙ୍କ ବର୍ଷ ସାରା କରିଥିବା କଷ୍ଟକୁ ଧୋଇ ଦେବ ନାହିଁ ତ! କାଶୀନଗର ଅଞ୍ଚଳ ରେ ଏବେ ଯାଏଁ ଧାନ ମଣ୍ଡି ଖୋଲା ଯାଇନି ଏବଂ ଏ ମଣ୍ଡି ଖୋଲା ଯିବା ନେଇ ସମବାୟ ସଭାପତି ଆର.ଚଲାପତି ଙ୍କୁ ଯୋଗାଯୋଗ କରିବାରୁ ମଣ୍ଡି ଏହି ମାସ ଶେଷ ସୁଦ୍ଧା ଖୋଲା ହେବ ବୋଲି ସୂଚନା ଦେଇଥିଲେ. ଯଦି ମଣ୍ଡି ଶୀଘ୍ର ଖୋଲା ହୋଇଥାନ୍ତା ତେବେ ଆଜି ଚାଷୀମାନଙ୍କ ଏ ଅବସ୍ଥା ହୋଇ ନ ଥାନ୍ତେ ଏବଂ ଧାନ ବାହାରେ ଏମିତି ରଖି ନ ଥାନ୍ତେ ବୋଲି କିଛି ଚାଷୀ କହିଛନ୍ତି. ବର୍ଷା ଯଦି ଏମିତି ଲାଗୁ ରହିବ ତା ହେଲେ ଧାନ ଭିଜି ଯାଇ ମଣ୍ଡିକୁ ଗଲା ବେଳେ ତାର ମାନ କଣ ରହିବ ତାହା ଚିନ୍ତା କରୁଛନ୍ତି ଚାଷୀ.