September 21, 2024

ହାଟଡ଼ିହି ବ୍ଲକ୍ କର୍ମଚାରୀଙ୍କ ମଧ୍ୟରେ ଅଦଳବଦଳ

Share

 

ହାଟଡ଼ିହି,
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରାଯାଇଥିବା ଜଣା ପଡ଼ିଛି । ଗତ ୧୬.୧୨.୨୦୨୩ ରିଖ ଦିନ ବି.ଡ଼ି.ଓ ସୌମ୍ୟଶ୍ରୀ ପାଣିଗ୍ରାହୀ ବ୍ଲକ ଚିଠି ନଂ ୬୦୯୭ ରେ କନିଷ୍ଠ ଯନ୍ତ୍ରୀ ସଞ୍ଜୁକ୍ତା ବେହୁରିଆ ଙ୍କୁ ପନ୍ଦାଡୋ, ଓରାଳି, ବାଙ୍ଗୋର, ଆମ୍ବୋ ଗ୍ରାମ ପଞ୍ଚାୟତର ଦାୟିତ୍ୱ ଦେଇଛନ୍ତି । ସେହିପରି ପ୍ରଫୁଲ୍ଲ ବେହେରା ହାଟଡ଼ିହି, ସମଣା, ସଡ଼ଙ୍ଗ, ଡଅଁର, ଢେଙ୍କା, ପଞ୍ଚୁଗୋଛିଆ ସମେତ ବ୍ଲକ୍ ମୁଖ୍ୟାଳୟ ଦାୟିତ୍ୱରେ ରହିବେ । ରବିନ୍ଦ୍ର ନାଥ ସୋରେନଙ୍କୁ ଇଞ୍ଚୋଳ, ସୁଲଣ, ସଢା ସହ ବାଲିବରେଇ ଗ୍ରାମ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । ହାଡ଼ିବନ୍ଧୁ ଟୁଡୁ ଙ୍କୁ ସୋସୋ, ପଢିଆରୀପଲ୍ଲୀ, ବଡ଼ ରମ୍ପାସ ଓ ଧନୁର୍ଜୟପୁର ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ରଖାଯାଇଛି । ଧିରେନ୍ଦ୍ର ମହାଳିକଙ୍କୁ ଗେଡ଼ମା ସମେତ ହାବଳେଶ୍ୱର, କଳିଗାଁ, ଅଁରା, ଶାସଙ୍ଗ ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜୟ କୁମାର ମଲ୍ଲିକ ଙ୍କୁ ଆଇତିପୁର, ଅକରୁଆ, ଶାଳଣିଆଁ ଓ ଜମ୍ଭିରା ଭଳି ୪ ଟି ପଞ୍ଚାୟତ ର ଦାୟିତ୍ୱ ପ୍ରଦାନ କରିଛନ୍ତି । ସେହିପରି ମଦନ ମୋହନ ବେହେରାଙ୍କୁ କେ.ବଲିପାଳ, ହଦଗଡ଼, ମରୈଗାଁ ସମେତ ବଞ୍ଚୋ ପଞ୍ଚାୟତ ରେ ଅବସ୍ଥାପିତ କରାଯାଇଛି । ସେହିପରି ପ୍ରକାଶ ପାଇଥିବା ଚିଠି ଅନୁଯାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ କରାଯାଇଛି । ପୂର୍ବରୁ ଶାଳଣିଆଁ ପଞ୍ଚାୟତ ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ମାଝୀଙ୍କୁ ଶାଳଣିଆଁ ସମେତ ଅତିରିକ୍ତ ଡଅଁର ଓ ବାଲିବରେଇ ଗ୍ରାମ ପଞ୍ଚାୟତ ର ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଥାଉକି ପୂର୍ବରୁ ଶ୍ରୀ ମାଝୀ ଡ଼ଅଁର ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବାବେଳେ ପଞ୍ଚାୟତର ଭତ୍ତା, ରାଜ୍ୟ ଓ କେନ୍ଦ୍ର ଅନୁଦାନ ପାଣ୍ଠି ର ବ୍ୟାପକ ଅନିୟମିତତା ସହ ବାସଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବାର ଅଭିଯୋଗ ଆଣି ତତକାଳୀନ ସରପଞ୍ଚ ଶ୍ରୀମତୀ ହିସି ହେମ୍ବ୍ରମ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି କରୋନା ସମୟରେ ଡ଼ଅଁର ଗ୍ରାମ ପଞ୍ଚାୟତରେ ୬୨ ଲକ୍ଷ ୬୩ ହଜାର ୮୨୨ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ବ୍ୟୟ ସମ୍ପର୍କିତ କାଗଜପତ୍ର ଦାଖଲ କରିବାରେ ଅସମର୍ଥ ହୋଇଛନ୍ତି । ସେହିପରି ବିବାଦୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷେତ୍ରବାସୀ ସିଂ ଙ୍କୁ ଡ଼ଅଁର ପଞ୍ଚାୟତ ଦାୟିତ୍ୱ ରୁ ହଟାଇ ବ୍ଲକ ମୁଖ୍ୟାଳୟ ରେ ଯୋଗଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଉମାକାନ୍ତ ସା ଙ୍କୁ ଗେଡ଼ମା ଓ ହଦଗଡ଼ ପଞ୍ଚାୟତ ର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ହାଟଡ଼ିହି ଓ ଶାସଙ୍ଗ ପଞ୍ଚାୟତ ଦାୟିତ୍ୱରେ ଥିବା ଶରତ କୁମାର ବେଜଙ୍କୁ ମରୈଗାଁ ପଞ୍ଚାୟତ ର ଅତିରିକ୍ତ ପ୍ରଦାନ କରାଯାଇଛି । ଶ୍ରୀ ବେଜ ପୂର୍ବ ଭଳି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ହାଟଡ଼ିହି ହରିଶ୍ଚନ୍ଦ୍ର ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଅଭିଯୋଗ ରେ ଶ୍ରୀ ବେଜ ବିବାଦ ଘେରକୁ ଆସିଥିଲେ । ସେହିପରି ସମଣା ଓ ବଞ୍ଚୋ ପଞ୍ଚାୟତ ଦାୟିତ୍ୱରେ ଥିବା ଜିତେନ୍ଦ୍ର ଜେନା ଙ୍କୁ ଏହି ୨ ପଞ୍ଚାୟତ ସହ ସଢା ପଞ୍ଚାୟତ ଦାୟିତ୍ୱରେ ରଖାଯାଇଛି । ସୂଚନ‍ା ଥାଉକି ଶ୍ରୀ ଜେନା ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ସମଣା ପଞ୍ଚାୟତ ଦାୟିତ୍ୱରେ ରହିଥିଲେ ମଧ୍ୟ ତାଙ୍କୁ ସେଠାରୁ ବଦଳି କରାଯାଇନାହିଁ । ଏହି ଚିଠିରେ ବରିଷ୍ଠ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହରିହର ସେଠୀଙ୍କୁ ପଢିଆରୀପଲ୍ଲୀ ଓ ଅକରୁଆ ଭଳି ୨ ଟି ପଞ୍ଚାୟତ ର ଦାୟିତ୍ୱ ପ୍ରଦାନ କରାଯାଇଛି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)