ଆଜିର ଖବର..
ଉପକୂଳ ଅଞ୍ଚଳରେ ପୁଣି ବାତ୍ୟାର ଡର। ଲଘୁଚାପ ପ୍ରଭାବରେ ୨୬ ତାରିଖରୁ ଚାରି ଦିନ ବର୍ଷା ହେବ।
ସାପ କାମୁଡ଼ାରେ ମୃତ୍ୟୁ ହେଲେ କ୍ଷତିପୂରଣ ଟଙ୍କା ବଢ଼େଇବେ ସରକାର। ଏବେ ମିଳୁଛି ୪ ଲକ୍ଷ, ତାହା ବଢ଼ିକରି ୧୦ ଲକ୍ଷ ଟଙ୍କା ହେବ।
ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ୮,୩୦୦ କୋଟି ଟଙ୍କାର କାମ ପାଇଁ କେନ୍ଦ୍ର ଅନୁମତି ଦେଲା।
ରାଜ୍ୟର ୩୪.୧୨ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ୍ ଟଙ୍କା ମିଳିଲା।
ଚାଲିଛି ବିଶ୍ୱ ଐତିହ୍ୟ ସପ୍ତାହ। ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାରସୁଗୁଡ଼ା ଗସ୍ତ। ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସୁନ୍ଦରଗଡ଼ ଫଗୁଆପଡ଼ା ନିକଟରେ ରାସ୍ତା ପାରି ହେଲାବେଳେ ଏକ ଟ୍ରେଲର ପିଟି ଦେବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଲେ ଓଏସଆରଟିସି ଜିଲ୍ଲା ପରିଚାଳକ।
ରାଜଧାନୀରେ ନକଲି ନିଯୁକ୍ତି ରାକେଟ୍ ସକ୍ରିୟ। ଅଫିସ ଖୋଲି ଆଶାୟୀ ମାନଙ୍କୁ ଠକିବାର ବ୍ୟବସାୟ ଚାଲିଛି।
ଜଗତସିଂହପୁରରେ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀକୁ କୋର୍ଟ ଚାଲାଣ କରାଗଲା।
ଫୁଲବାଣୀ ଦାରିଙ୍ଗବାଡ଼ିରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳିଦେଲା ଶିଶୁ। ଡାକ୍ତରଖାନାରେ ଶିଶୁକୁ ମୃତ ଘୋଷଣା କଲେ।
କଟକ ବାଲିକୁଦାରେ ନକଲି ଘିଅ କାରଖାନାରେ ମ୍ୟୁନିସିପାଳିଟି ପକ୍ଷରୁ ଚଢଉ, ନକଲି ଘିଅ ଓ ସାମଗ୍ରୀ ଜବତ।
ଭୁବନେଶ୍ୱର ଆରଟିଓ ଅଫିସ ପାଖରେ ୯ ଜଣ ଦଲାଲଙ୍କୁ କମିସନରେଟ ପୋଲିସ ଗିରଫ କଲା।
ଯୁବତୀଙ୍କ ସହ ବନ୍ଧୁତା କରି ବାହା ହେଲେନାହିଁ ବୋଲି ଅଭିଯୋଗ। ଏୟାର ଫୋର୍ସର ଯବାନ ଗିରଫ ହେଲେ।
କୋରାପୁଟର ଦାଦନ ଦମ୍ପତିଙ୍କୁ ରାୟଗଡାରେ ରାତିକ ପାଇଁ ଆଶ୍ରୟ ଦେଇ ମହିଳାଙ୍କୁ ଦୁଷ୍କର୍ମ କରି ଯୁବକ ଅଟକ।
କେନ୍ଦୁଝର ଚମ୍ପୁଆରେ ଲାଞ୍ଚ ନେଇ ଅବକାରୀ ଅଧୀକ୍ଷକ ଓ ଏଏସ୍ଆଇ ଗିରଫ, ୪୦ ହଜାର ଟଙ୍କା ଜବତ।
କଟକ ସୀମାବର୍ତ୍ତୀ ଗୋପାଳପୁରରେ ଦୁର୍ଘଟଣାରେ କାର୍ କୁ ୧୦୦ ମିଟର ଘୋଷାଡ଼ି ନେଲା ହାଇୱା।
କେନ୍ଦୁଝର ତେଲକୋଇରେ ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଛାତ୍ରୀ ମୃତ। ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ଅଭିଯୋଗ
ଆନ୍ଧ୍ର-ଓଡ଼ିଶା ସୀମାରେ ସର୍ଚ୍ଚ ଅପରେସନରେ ୫୦ ମାଓବାଦୀ ଗିରଫ ହେଲେ।
ଅବୈଧ ବାଂଲାଦେଶୀ ଅନ୍ୟ ରାଜ୍ୟ ଛାଡ଼ୁଛନ୍ତି। ସୁରକ୍ଷିତ ଭାବି ଓଡ଼ିଶାକୁ ପଶି ଆସୁଛନ୍ତି। ସେମାନଙ୍କୁ ଆମେ ଖୋଜିବୁ ବୋଲି କହିଲେ ମନ୍ତ୍ରୀ
ବିହାରରେ ଏନଡିଏ ବିଧାୟକ ଦଳ ନେତା ମନୋନୀତ ହେଲେ ନୀତୀଶ କୁମାର। ଆଜି ଶପଥ ନେବେ
ଚଳିତ ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ। ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶାର ୨୯୯ ରନର ବିଜୟ।
ଗୋଟିଏ ଦିନରେ ସେନ୍ସେକ୍ସରେ ୫୦୦ ପଏଣ୍ଟ ବୃଦ୍ଧି, ଶେୟାର ମାର୍କେଟରେ ନିବେଶକଙ୍କ ଲାଭ ୧ ଲକ୍ଷ କୋଟି ଟଙ୍କା।
ଭାରତକୁ ଏସୟୁ ୫୭ ଯୁଦ୍ଧ ବିମାନ ଦେବ ରୁଷ, ବିନା ସର୍ତ୍ତରେ ଟେକ୍ନୋଲୋଜି ଟ୍ରାନ୍ସଫର୍ କରିବ।
ୟୁକ୍ରେନ ଉପରେ ୪୭୦ ଡ୍ରୋନ ମାଡ଼ କଲା ଋଷିଆ। ୪୮ କ୍ଷେପଣାସ୍ତ୍ର ମାଡ଼ରେ ୯ ମୃତ।
ପାକିସ୍ତାନ ଅଦିଆଲା ଜେଲ୍ ବାହାରେ ଇମ୍ରାନ ଖାନଙ୍କ ୩ଭଉଣୀଙ୍କୁ ଘୋଷାଡି ନେଲା ପୁଲିସ
ପୁଣି ଆମେରିକାରୁ ୨୦୦ ଭାରତୀୟଙ୍କୁ ନିର୍ବାସିତ କରାଗଲା
=====================
ଆଜି ଜନ୍ମଦିନ: ଜୋ ବାଇଡେନ, ରାଜକୁମାର ହିରାନି, ତୁଷାର କପୁର, ବବିତା ଫୋଗଟ
ଆଜି ତିରୋଧାନ: ପ୍ରିୟରଞ୍ଜନ ଦାସମୁନସୀ
ଇତିହାସରେ ଆଜି: (୧୯୧୭) ୟୁକ୍ରେନ ସ୍ୱାଧୀନ ବୋଲି ଘୋଷିତ/ (୧୯୧୭) କଲିକତାରେ ବୋଷ ଗବେଷଣା କେଦ୍ର ସ୍ଥାପିତ/ (୧୯୪୫) ବିଶ୍ୱଯୁଦ୍ଧରେ ଜାପାନର ଆତ୍ମ ସମର୍ପଣ/ (୧୯୮୧) ଭାରତ ଦ୍ୱାରା ଭାସ୍କର ଉପଗ୍ରହ ପ୍ରେରଣ/ (୧୯୮୫) ମାଇକ୍ରୋସଫ୍ଟ ୱିଣ୍ଡୋସ 1.0 ବଜାରକୁ ଆସିଲା
