April 11, 2025

ରାମେଶ୍ୱର ମହାଦେବ ଙ୍କର ମୁଖ୍ୟ ପୂଜକ ଆଉ ନାହାନ୍ତି !!

Share

ତିର୍ତ୍ତୋଲ ::-ଜୀବନଟା ଅଟେ ପାଣିର ଫୋଟକା ଏଇ ଅଛି ଏଇ ନାହିଁ, କିଏବା କହିବ କେବେ ସରିଯିବ ପବନଟା ନୁହେଁ ସ୍ଥାୟୀ !!ଘଟରୁ ଜୀବ ବାହାରି ଗଲେ ପ୍ରିୟ ପରିଜନ ଙ୍କ ମଧ୍ୟରେ ଦୁଃଖର ପାହାଡ ଭାଙ୍ଗି ପଡେ ! ସେଇପରି ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ତେନ୍ତୁଳିପଦା, ଦଣ୍ଡାସାହି ଗ୍ରାମର ଜଟାଧାରୀ ଦାଶଙ୍କ ପରିବାର !,ସମସ୍ତ ପ୍ରିୟଜନଙ୍କୁ ଦୁଃଖର ସାଗରରେ ଭସେଇ ଦେଇ ଆଜିର ଦିନରେ,ପ୍ରଭାତ ସମୟରେ ଇହଲୀଳା ସମ୍ଭରଣ କରିଛନ୍ତି !ସ୍ବର୍ଗତଃ ଜଟାଧାରୀ ଦାଶ ଦଣ୍ଡାସାହିସ୍ଥିତ ଶ୍ରୀଶ୍ରୀ ରାମେଶ୍ବର ମହାଦେବଙ୍କର ମୂଖ୍ୟ ସେବକ ଥିଲେ !ତାଙ୍କର ଜନ୍ମ ୧୯୩୬ ମସିହାରେ ହୋଇଥିବା ବେଳେ ୨୦୨୪ ମସିହା ନଭେମ୍ବର ୨୦ ତାରିଖରେ ଦେହାନ୍ତ ହୋଇଯାଇଛି !ମୃତ୍ୟୁ ବେଳକୁ ତାଙ୍କ ନିକଟରେ ୩ପୁଅ/ବୋହୂ,ଜାମାତା ଓ କନ୍ୟା ଙ୍କ ସହ ଏ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ରାମେଶ୍ବର ମନ୍ଦିର କମିଟିର ସଦସ୍ୟ ମହେନ୍ଦ୍ର ରାଉତ, ବିକାଶ ଚନ୍ଦ୍ର ପରିଜା, ନିରଂଜନ ରାଉତ, ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ !ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ର ବହୁ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ସଂକିର୍ତ୍ତନ ମାଧ୍ୟମରେ ଶେଷ ବିଦାୟ ଦେଇଥିଲେ !ମହାଦେବଙ୍କ ସେବକ ତଥା ଜଣେ ଅମାୟିକ ଭଦ୍ର, ଧାର୍ମିକ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବାର ଦେଖିବାକୁ ମିଳିଛି !

 

ଜଗତସିଂହପୁର ରୁ ଶରତ କୁମାର ଦାସଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed