ନବରଙ୍ଗପୁର ରେ ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକ ରଞ୍ଜନଙ୍କ ଶୋକସଭା..
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଗତ ୧୬ ତାରିଖ ଦିନ ନବରଙ୍ଗପୁର ସହରର ଜିଲ୍ଲା ସ୍ତରୀୟ ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ବିୟୋଗ ପରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ସଭାରେ ସାମ୍ବାଦିକ ମାନେ ସଙ୍ଘ ମତ ନିର୍ବିଶେଷରେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ସାମ୍ବାଦିକ କିଶୋର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶିବ ଶଙ୍କର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସର୍ଗତ ରଞ୍ଜନ ପଟ୍ଟନାୟକ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଫାଲଗୁନି ପାତ୍ର, ପ୍ରଭାତି ବିଷୋୟୀ, ପ୍ରଭଞ୍ଜନ ତ୍ରିପାଠୀ, ବାଙ୍କ ବିଷୋୟୀ, ସ୍ଵାଧୀନ ପଣ୍ଡା, ରବି ପଟ୍ଟନାୟକ ସ୍ଵର୍ଗତ ରଞ୍ଜନ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ବକ୍ତା ମାନଙ୍କ ବକ୍ତବ୍ୟରେ ସର୍ଗତ ରଞ୍ଜନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ତାଙ୍କ ସାହାଯ୍ୟ ମନବୃତି ପ୍ରମୁଖ ଗୁଣାବଳୀକୁ ନେଇ ସ୍ମୃତି ଚାରଣ କରିବା ସମୟରେ ବୈଠକରେ ଭାବାବେଗ ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଳ ବେହେରା ଯୋଗଦେଇ ସର୍ଗତ ରଞ୍ଜନ ପଟ୍ଟନାୟକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ସାମ୍ବାଦିକଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ପାଇଁ ଯଥାଶୀଘ୍ର ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସାମ୍ବାଦିକ କିଶୋର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଦର ମହକୁମାର ସମସ୍ତ ପ୍ରିଣ୍ଟ ଓ ଇଲେକଟ୍ରନିକ ମେଡିଆର ସାମ୍ବାଦିକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ନିଳକଣ୍ଠ ନାୟକ, ବିଘ୍ନରାଜ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।