ଉମରକୋଟ ଠାରେ ଗ୍ରାମାଞ୍ଚଳରେ କାମ କରୁଥିବା କାର୍ଯ୍ୟ କାରିଣୀ ସଦସ୍ୟ ମାନଙ୍କ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ………..
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ମହିଳାଙ୍କୁ ସଶକ୍ତ କରିବା ଓ ଗ୍ରାମାଞ୍ଚଳ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାର୍ଗଦର୍ଶନ ରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅଧୀନରେ ଥିବା 26 ଗୋଟି ପଂଚାୟତର ମହିଳା ସୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଆଜି ଉମରକୋଟ ଗୁଲି ପାଟଣା ଶିବ ମନ୍ଦିର ରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ଠାରେ ପହଞ୍ଚି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଙ୍କ ପାଇଁ କାମ କରିଆସୁଥିଲେ ଏବଂ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇ ମହିଳା ଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରୁଥିଲେ, କିନ୍ତୁ ବିଗତ 6 ମାସରୁ ଏମାନଙ୍କ ଦରମା ବନ୍ଦ କରିବା ସହ ସମସ୍ତ ଙ୍କୁ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ସାହାଯ୍ୟ କରୁଥିବା କାର୍ଯ୍ୟ ନିର୍ବାହୀ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ ଙ୍କୁ ବାହାର କରି ପୁନର୍ଗଠନ କରିବାକୁ ସରକାର ଙ୍କ ଚିଠି ହେଇ ଥିବା ଯୋଗୁଁ ଏହାକୁ ବିରୋଧ କରି କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି।ଯଦି ଦାବୀ ପୂରଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମୁଖ୍ୟ ସଦସ୍ୟ ରୁକ୍ମଣୀ ହରିଜନ ଓ ସୁଚିତ୍ରା ପାଣ୍ଡେ କହିଛନ୍ତି।
