March 11, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବଳବ ମାଳିଙ୍କ ସ୍ମୃତି ସୋକ ସଭା…..

IMG-20250920-WA0104
Share

 

 

ନବରଙ୍ଗପୁର :–(ଏମ.ଦୀନା°ଶୁ ଆଚାରୀ) ମା’ ପେଣ୍ଡ୍ରାଣୀଙ୍କ ନିଷ୍ଠାବାନ ସେବକ, ଧାର୍ମିକ କର୍ମୀ ଓ ସମାଜସେବୀ ବଳବା ମାଳିଙ୍କ ପରଲୋକରେ ନଗରରେ ଏକ ସ୍ମୃତି ସୋକ ସଭା ଆୟୋଜନ କରାଗଲା। ସଭାରେ ସେକଡ଼ ଭକ୍ତମାନେ, ସମାଜର ପ୍ରବୀଣମାନେ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ।

ସଭାରେ ଜୟଦେବ ପରିଡ଼ା, ରବନା ରାଓ, ଭୁବନ ପୁଜାରୀ, ସଞ୍ଜିବ ସୁବୁଧି, ଗୋବିନ୍ଦ ମାଝି, ଅଶୋକ ପାଢ଼ୀ ଓ ରାମ ନାୟକ ପ୍ରମୁଖ ବକ୍ତା ଭାବରେ ସ୍ମୃତିଚାରଣ କରିଥିଲେ।

ବକ୍ତାମାନେ କହିଥିଲେ –

ଜୟଦେବ ପରିଡ଼ା କହିଥିଲେ, “ବଳବ ମାଳି ସାରା ଜୀବନ ମା’ ପେଣ୍ଡ୍ରାଣୀଙ୍କ ସେବାରେ ନିୟୋଜିତ ରହିଲେ। ସେମାନଙ୍କର ସେବାଭାବ ଆଗାମୀ ପିଢ଼ୀଙ୍କୁ ପ୍ରେରଣା ଦେବ।”

ରବଣା ରାଓ ତାଙ୍କୁ ସ୍ମରଣ କରି କହିଲେ, “ସରଳତା, ଭକ୍ତିଭାବ ଓ ସାମାଜିକ କର୍ମ—ଏହାହିଁ ଥିଲା ବଳବାଙ୍କ ପରିଚୟ।”

ଭୁବନ ପୁଜାରୀ କହିଲେ, “ତାଙ୍କ ବିୟୋଗରେ ନବରଙ୍ଗପୁରର ଧାର୍ମିକ ଓ ସାମାଜିକ କ୍ଷେତ୍ରରେ ଗଭୀର ଶୂନ୍ୟ ସୃଷ୍ଟି ହୋଇଛି।”

ସଞ୍ଜିବ ସୁବୁଧି କହିଲେ, “ସମାଜର ପ୍ରତ୍ୟେକ ଲୋକଙ୍କୁ ସେ ନିଜ ପରି ଭଲପାଇଥିଲେ। ସେହିକାରଣରୁ ସେ ସବୁମାନଙ୍କ ହୃଦୟରେ ଅବିଚ୍ଚିନ୍ନ ସ୍ଥାନ ଦାବି କରିଛନ୍ତି।”

ଗୋବିନ୍ଦ ମାଝି କହିଲେ, “ମା’ ପେଣ୍ଡ୍ରାଣୀଙ୍କ ସେବା କେବଳ ପୂଜାରେ ସୀମିତ ନଥିଲା। ସେ ସମାଜକୁ ଉନ୍ନତିରେ ନେଇବାକୁ ସଦା ସଚେଷ୍ଟ ଥିଲେ।”

ଅଶୋକ ପାଢ଼ୀ କହିଲେ, “ସେବା ଓ ସମାଜପ୍ରେମର ସମାନାର୍ଥକ ନାମ ହେଉଛନ୍ତି ବଳବ ମାଳି।”

ରାମ ନାୟକ କହିଲେ, “ତାଙ୍କର ଆଦର୍ଶକୁ ନବପିଢ଼ୀ ଅନୁସରଣ କଲେ ସମାଜରେ ଶାନ୍ତି ଓ ସମୃଦ୍ଧି ଆସିବ।”