March 10, 2026

ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା, ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଦୃତଗାମୀ ଓ ଶକ୍ତିଶାଳୀ ଜାହାଜ ଆଇସିଜିଏସ ଅଦମ୍ୟ

IMG-20250920-WA0102
Share

        ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା, ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଦୃତଗାମୀ ଓ ଶକ୍ତିଶାଳୀ ଜାହାଜ ଆଇସିଜିଏସ ଅଦମ୍ୟ । ଯାହା ଉପକୂଳରେ ଅନୁପ୍ରବେଶ କୁ ରୋକିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସାହାରା ହେବ।

ଭାରତୀୟ ତଟରକ୍ଷୀ ବାହିନୀର ଶକ୍ତି ବୃଦ୍ଧି କରିଛି ଆଇ ସି ଜି ଏସ୍ ଅଦମ୍ୟ। ଏଥିରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ ସହିତ ସମୁଦ୍ରରେ ଦୃତ ଗତିରେ ଯିବା ଆସିବା କରିବାର କ୍ଷମତା ରଖିଛି। ୫୧ ମିଟର ଲମ୍ବର ଏହି ଜାହାଜ ୬୦% ଭାରତୀୟ ଆତ୍ମ ନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧିନରେ ଗୋଆରେ ତିଆରି କରାଯାଇଛି। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୋଟିଏ ୩ ଏମ‌ଏମ CRN-91 ବନ୍ଧୁକ, ଦୁଇଟି ୧୨.୭ ଏମ୍ ଏମ୍ ର ବନ୍ଧୁକ ରିମୋଟ କଣ୍ଟ୍ରୋଲ ମେସିନ ଗନ୍, ସ୍ବୟଂ ଚାଳିତ ଶକ୍ତି ପରିଚାଳନା ସିଷ୍ଟମ ମଧ୍ୟ ରହିଛି। ଏଥିରେ ୫ ଜଣ ଅଧିକାରୀ ଓ ୪୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଯାହା ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟ ଦକ୍ଷତା କୁ ଆହୁରି ବୃଦ୍ଧି କରିଛି।

ଓଡ଼ିଶା ର ୪୮୦ କିଲୋମିଟର ବ୍ୟାପୀ ଉପକୂଳର୍ବୀ ସମୁଦ୍ରରେ ଆଇସିଜି ଅଦମ୍ୟ ପ‌ଇଁନ୍ତରା ମାରିବ। ଏହା ଦ୍ବାରା ଓଡ଼ିଶା ଉପକୂଳରେ ଅନୁପ୍ରବେଶ ରୋକିବା ସହିତ ବାତ୍ୟା ଓ ଲଘୁଚାପ ଜନିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଓଡ଼ିଶା ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇପାରିବ। ଏହି ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀର ପାରାଦ୍ଵୀପ ମୁଖ୍ୟାଳୟ ଅଧିନରେ କାର୍ଯ୍ୟ କରିବ। ଆଜି ଏହାର ଅବତରଣ କାର୍ଯ୍ୟକ୍ରମ ରେ ପ୍ରତିରକ୍ଷା ମନ୍ତ୍ରାଳୟ ର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ଏହାକୁ ଆନୁଷ୍ଠାନିକ ଭାବେ ଅବତରଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଏହି ଐତିହାସିକ ମୃହୁର୍ତ୍ତକୁ ଦେଖିବାର ସୁଯୋଗ ନେଇଥିଲେ।

ବାଇଟ-୧- ସତ୍ୟଜିତ୍ ମହାନ୍ତି (ଯୁଗ୍ମ ସଚିବ ପ୍ରତିରକ୍ଷା ମନ୍ତ୍ରାଳୟ)। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )