March 11, 2026
ajiro khabar
Share

 

 

୧-ଭୁବନେଶ୍ୱର:ସ୍କୁଲରେ ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ମନ୍ତ୍ରୀ।

 

୨-ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବଳବତ୍ତର,ଆସନ୍ତା ୨୨ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

 

୩-ଭୁବନେଶ୍ୱର:୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ,ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି।

 

୪-ଭୁବନେଶ୍ୱର:ଦ୍ୱିତୀୟ ଦିନରେ ବିଧାନ ସଭା ଗୃହ ଅଚଳ; ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଆଜି ସକାଳ ୧୦ଟା ଯାଏଁ ଗୃହ ମୁଲତବୀ।

 

୫-ପୁଣି ଅଶାନ୍ତ ହେବ ବଙ୍ଗୋପସାଗର ! ଆସନ୍ତା ୨୫ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା।

 

୬-ଭୁବନେଶ୍ୱର:ବେଆଇନ ନିଶା କାରବାର, ୧୫୩ ଗିରଫ, ୧ କୋଟି ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ।

 

୭-ନିଜ ଜିଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି: ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ।ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ।

 

୮-ବିଜେଡିରେ ଫାଟ ଜଳଜଳ: ଶ୍ରୀମୟୀ ଓ ପ୍ରଫୁଲ୍ଲଙ୍କ ସପକ୍ଷରେ ଦେବାଶିଷ, ନବୀନଙ୍କ ନିଷ୍ପତ୍ତି ନେଇ ଉଠାଇଲେ ପ୍ରଶ୍ନ।

 

୯-ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ, ରେଭେନ୍ସାରେ ସର୍ବାଧିକ ମରୁଡି।

 

୧୦-ବାଙ୍କି,ପାଥପୁର ଗାଁ:ଜମିଜମା ବିବାଦକୁ ନେଇ ବାଙ୍କୀରେ ହଣାକଟା, ଦୁଇ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର।

 

୧୧-ଭୁବନେଶ୍ବର ଜନତା ମଇଦାନରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ, ବିକ୍ରି ହେଉଛି ୨୨ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ ସହ ବିଭିନ୍ନ ଆସବାବପତ୍ର।

 

୧୨-ବଡ଼ଗାଁ ବ୍ଲକ, ବିରିମୁଣ୍ଡା ଗ୍ରାମ:ପୁଣି କଙ୍ଗାରୁ କୋର୍ଟ – ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ଉଲଗ୍ନ କରି ଗାଁ ରାସ୍ତା​‌ରେ ବୁଲାଇଲେ ସ୍ବାମୀ

 

୧୩-ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଉପରେ MCL ପକ୍ଷରୁ ଦିନିକିଆ କର୍ମଶାଳା, ଜୈବ ବିବିଧତା ସଂରକ୍ଷଣରେ ଯୋଗଦାନ ପାଇଁ ଆହ୍ବାନ ଦେଲେ ମୁଖ୍ୟ ଅତିଥି।

 

୧୪-ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ, ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ପ୍ରଚ୍ଛଦ ପୃଷ୍ଠାରେ ହେଲା ସ୍ଥାନିତ।

 

୧୫-କିଟ୍‍-କିସ୍‍ ଓ ୟୁନେସ୍କୋ ଏମଜିଆଇଇପି ମଧ୍ୟରେ ବୁଝାମଣା,ସାମାଜିକ ବିକାଶରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ ଡ. ସାମନ୍ତ।

 

୧୬-ରାୟଗଡ଼ା:ଏବେ ସୁଦ୍ଧା ୫ କୋଠା ଓ ୯ଟି ମୂଲ୍ୟବାନ ପ୍ଲଟ୍ ଠାବ – କାଶୀପୁର ରେଞ୍ଜରଙ୍କ ଠାରୁ ନଗଦ ୯.୪୩ ଲକ୍ଷ ଟଙ୍କା ଜବତ କଲେ ଭିଜିଲାନ୍ସ ଅଧିକାରୀ।

 

୧୭-ସିଙ୍ଗାପୁର:ସ୍କୁବା ଡାଇଭିଂ ବେଳେ ‘ୟା ଅଲି’ ଫେମ୍ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ, ଝୁରୁଛନ୍ତି ପ୍ରଶଂସକ।

 

୧୮-ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ୨୭ରେ ବ୍ରହ୍ମପୁରରେ “ସେବା ପର୍ବ” କାର୍ଯ୍ୟକ୍ରମରେ ଯୋଗ ଦେବେ ପିଏମ ମୋଦୀ।

 

୧୯-ଦୁବାଇ:ଏସିଆ କପ୍‌ କ୍ରିକେଟ୍‌ରେ ଜିତିଲା ଭାରତ- ଓମାନ୍‌ କଲା ଭଲ ଖେଳ ପ୍ରଦର୍ଶନ।

 

୨୦-ଦିଶା ପଟାନୀଙ୍କ ଘରକୁ ଗୁଳିମାଡ଼ ଘଟଣା: ପୋଲିସ ଏନକାଉଣ୍ଟରରେ ପଞ୍ଚମ ଅଭିଯୁକ୍ତ ଆହତ।

 

୨୧-ଭାରତ-ଚୀନର ନିଷ୍ପତ୍ତିକୁ ବଦଳାଇ ପାରିବେ ନାହିଁ; ଟ୍ରମ୍ପଙ୍କୁ କଡା ଜବାବ ଦେଲା ଭାରତ