ଆଜିର ଖବର..

୧-ଓଡ଼ିଶାରେ ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ।
୨-ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ।
୩-ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା, ପ୍ରଦର୍ଶନ କଲେ ହେବ କାର୍ଯ୍ୟାନୁଷ୍ଠାନ।
୪-‘ସଙ୍କଳ୍ପ ପତ୍ର ଆମ ପାଇଁ ଧର୍ମଗ୍ରନ୍ଥ, ଯାହା ବର୍ଷ ବର୍ଷ ଧରି ହୋଇନଥିଲା ତାହା କରିଛୁ’: ମୁଖ୍ୟମନ୍ତ୍ରୀ
୫-ବିଜେପିକୁ କାଉଣ୍ଟର କରିବାକୁ ବିଜେଡିର ରଣନୀତି । ନେତାଙ୍କୁ ଡାକି ଶଙ୍ଖ ଭବନରେ ନବୀନ କରୁଛନ୍ତି ଆଲୋଚନା।
୬-ସବୁ ଜିଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ:ସ୍ୱାସ୍ଥ୍ୟମନ୍ତ୍ରୀ
୭-ବନ୍ଦରନଗରି ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା । ଦର୍ଶକଙ୍କ ମନମୋହୁଛି ସୁଉଚ୍ଚ ତୋରଣ।
୮-କିଟ୍ ଓ କିସ୍ ପରିଦର୍ଶନ କଲେ ସିଟି ୟୁନିଭରସିଟି ଅଫ୍ ନିଉୟର୍କର ସଭାପତି ଡ. ମିଲ୍ଟନ୍ ସାଣ୍ଟିଆଗୋ।
୯-SCBରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା, ଓ୍ବାର୍ଡରେ ସକାଳ, ସନ୍ଧ୍ୟା ସାଢ଼େ ୭ରୁ ୯ଟା ସାକ୍ଷାତ।
୧୦-ଖାକିରେ ଲାଗିଲା କଳଙ୍କ: କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ।
୧୧-ଆଜି ଜାତୀୟ ସିନେମା ଦିବସ,ପ୍ରେକ୍ଷାଳୟରେ ୯୯ ଟଙ୍କାରେ ମିଳିବ ଟିକେଟ।
୧୨-ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ,୨୩ରୁ ପ୍ରବଳ ବର୍ଷା ସମ୍ଭାବନା।
୧୩-ବଳଙ୍ଗା: ରାଷ୍ଟ୍ରପତି ପୁରସ୍କାର ପାଇଲେ ପଥର ଶିଳ୍ପୀ ଅକ୍ଷୟ ଓ ପୁଅ ଆଦିତ୍ୟ।
୧୪-ବିଭିନ୍ନ ବ୍ୟାଙ୍କ ଆଗରେ ଅସମ୍ଭାଳ ଭିଡ । ୫ ହଜାର ଟଙ୍କା ପାଇଁ ସକାଳ ୫ଟାରୁ ବ୍ୟାଙ୍କ ଆଗରେ ଭିଡ଼ ଲଗାଇଛନ୍ତି ମହିଳା।
୧୫-ନବୀନଙ୍କ ନିଶାଣରେ ବିଜେପି ସରକାର:ମିଛ କହି କ୍ଷମତାକୁ ଆସିଛନ୍ତି।
୧୬-ଭରତପୁର ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି କହିଲେ ‘ଦୁଷ୍କର୍ମ ଉଦ୍ୟମ କରିଥିଲେ ପୋଲିସ କର୍ମଚାରୀ’।
୧୭-ଭୁବନେଶ୍ୱରରେ ଖୋଲିଲାଣି ପେଟସ୍ ପାର୍ଲର:ସଜେଇ ହେଉଛନ୍ତି କୁକୁର ଓ ବିଲେଇ।
୧୮-ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହେବ ସଂଶୋଧନ ! ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ।
୧୯-ଯେଉଁଠାରେ ପ୍ରଦୂଷଣ ସ୍ତର ଅଧିକ ଏବଂ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ସେଠାରେ ଆଉ ବିକ୍ରି ହେବନି ଡିଜେଲ୍ କାର !
୨୦-୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା । ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ୪ ପୂର୍ବତନ ମନ୍ତ୍ରୀ।
୨୧-ପାଟନା: ଜମିଜମା ବିବାଦକୁ କେନ୍ଦ୍ର କରି ୮୦ଟି ଦଳିତଙ୍କ ଘର ପୋଡି ଦେଲେ।
୨୨-ଚେନ୍ନାଇ:ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି; ୬ ୱିକେଟ ହରାଇ ଭାରତ କଲା ୩୩୯ ରନ୍।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*