September 29, 2024

ପୁରପଲ୍ଲୀ ରେ ଗଣେଶ ପୂଜା ପାଳିତ ।

Share

ପୁରପଲ୍ଲୀ ରେ ଗଣେଶ ପୂଜା ପାଳିତ ।
ଅସ୍ତରଙ୍ଗ,,ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ପୁରପଲ୍ଲୀ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାବା ଗଣପତି ଙ୍କ ପୂଜା ଯଥାବିଧି ପାଳନ ହୋଇଯାଇ ଅଛି । ଏହି ଉପଲକ୍ଷେ, ନଇଗୁଆଁ ଗ୍ରାମରେ ଥିବା ପାତାଳ ଫୁଟି ଗଣେଶ ମନ୍ଦିର ରେ ପୂଜକ ଙ୍କ ଦ୍ଵାରା ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା ସହ,ଗଣପତିଙ୍କ ଦର୍ଶନ ନିମନ୍ତେ ଆଖ ପାଖ ଅଞ୍ଚଳର ବହୁ ଭକ୍ତ,ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଗଣପତି ଙ୍କର ଦର୍ଶନ କରିଥିଲେ । ସେହିପରି ଅସ୍ତରଙ୍ଗ ବଜାରରେ ଥିବା ବାବା ଗଣପତି କ୍ଲବ,ଅସ୍ତରଙ୍ଗ ହାଇ ସ୍କୁଲ, ସରସ୍ବତୀ ବିଦ୍ୟା ମନ୍ଦିର,ସୁରେନ୍ଦ୍ର ନାଥ ବିଦ୍ୟାପୀଠ, ସୁନ୍ଦର, ପାଟଳଦା ହାଇସ୍କୁଲ,ବେଳାଭୂମି ହାଇସ୍କୁଲ,ଅସ୍ତରଙ୍ଗ କଲେଜ, କଣମଣ ଅନନ୍ତ ବାସୁଦେବ ମନ୍ଦିର, ମା ସତିମା କ୍ଲବ, କଣମଣ ଛକ ବ୍ୟବସାୟୀ ସଂଘ,ଐଶାନେଶ୍ୱର୍ ହାଇସ୍କୁଲ, ପାଟଳଦା ନାରାୟଣୀ କ୍ଲବ ଙ୍କ ସମେତ ନଗର ନୂଆଗଡ , ଶିଶୁଅ, ମାଣ୍ଡୁକି, ଆଳଶାହି, ଆଳଙ୍ଗପୁର, କେନ୍ଦରାପଟୀ,ଆଦି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଥିବା ଯୁବ ସଂଗଠନ, ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ସମାରୋହରେ ଗଣେଶ ପୂଜା ପାଳିତ ହୋଇ ଯାଇ ଅଛି.                                                                                            ଦୁଃଶାସନ ନାୟକ,ଅସ୍ତରଙ୍ଗ