21 ଅଗଷ୍ଟ ରେ ଭାରତ ବନ୍ଦ ଡାକରା କୁ ସମର୍ଥନ ଦେଇଛି ରାୟଗଡା ଜ଼ିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟା ନୁଷ୍ଠାନ କମିଟି
ରାୟଗଡା : ଆଜି ରାୟଗଡା ହୋଟେଲ ଜେଜସ୍ୱୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ଜ଼ିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଜେ ଗତ 1 ତାରିଖରେ ଭାରତ ର ସର୍ବୋଚ୍ଚ ନ୍ୟାୟଲୟ ଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣ କୁ ସମାପ୍ତ କରିବା ଉଦେଶ୍ୟ ରେ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହା ଅତି ଦୁର୍ଭାଗ୍ୟ ଜନକ ଓ ଅଣସାମ୍ବିଧାନିକ ଅଟେ l ମୂଳ ଧାରା ସମ୍ବିଧାନ ର 341 ଓ 342 କୁ ବିରୁଦ୍ଧଆଚରଣ କରୁଛି l ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ଉପରେ ବର୍ଗିକରଣ କୁ କେବଳ ସାଂସଦ ଓ ରାଷ୍ଟ୍ରପତି ଙ୍କ ଅଧିକାର ରହିଛି l କିନ୍ତୁ ଗତ 1 ତାରିଖ ରର ସର୍ବୋଚ୍ଚ ନ୍ୟାୟଲୟ ଆରକ୍ଷଣ ଭିତିରେ ଅରକ୍ଷଣ ଓ ବର୍ଗିକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦେଇଛନ୍ତି l ଏହାଦ୍ୱାରା ମୂଳ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଅସମ୍ମାନ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଲୋକଙ୍କୁ ଦୁର୍ବଳ କରିବା ଓ ଭାଇଚାରା କୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି ଜ଼ିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କରି୍ୟନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି l ସେଥିପାଇଁ ଜରୁରୀ କାଳୀନ ସେବା କୁ ଛାଡି ସମସ୍ତ ଦୋକାନ ବଜ଼ାର, ଯାନବାହାନ ସକାଳ 6 ଘଂଟିକା ରୁ ସନ୍ଧ୍ୟା, 6 ଘଂଟିକା ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଗଙ୍ଗାଧର ପୁଆଲା, ମାଦା ରାଓ କଣ୍ଡଗୋରି, ତମା ରାଓ ବିଡ଼ିକା, ନରେନ୍ଦ୍ର ନାୟକ, ଧନିରାମ ନାୟକ, ବୃନ୍ଦାବନ ନାୟକ, ହର ପ୍ରସାଦ ହେପୃକା ଉପସ୍ଥିତ ରହିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ