ଗଜପତି:- ଓଡିଶା’ର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ’ଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ..
ଓଡ଼ିଶା’ର ସଂସ୍କୃତି ପୁରୁଷ , ଗବେଷକ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ’ର ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟ’ରେ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଏହି ସାରସ୍ବତ ସଭାରେ ଅନୁଷ୍ଠାନ’ର ସଭାପତି ତଥା ବିଶିଷ୍ଟ ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ସଭାପତିତ୍ବ’ରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ସୁନାମ ଧନ୍ୟ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡ଼ଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ଼ଃ ଚନ୍ଦ୍ର ଶେଖର ହୋତା ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁ’ଙ୍କ ବିଭିନ୍ନ ସାହିତ୍ୟ ଓ ଗବେଷଣା କୃତୀତ୍ଵ ସମ୍ପର୍କରେ ଆଲୋଚନା କରି ସେ ଏକାଧାର’ରେ ଜଣେ ସଂସ୍କୃତି ପୁରୁଷ , ଐତିହାସିକ , ପଣ୍ଡିତ , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ , ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ , କୁଟନିତିଜ୍ଞ ସମାଲୋଚକ , ମହାନ୍ ସମାଜ ସେବୀ ଓ ସଂସ୍କାରକ ଥିଲେ ବୋଲି କହିଥିଲେ ।
ମୁଖ୍ୟତଃ ଓଡିଶା’ର ଧର୍ମ , ସାହିତ୍ୟ ଓ ସଂସ୍କୃତି’ର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ଯଶ-କୀର୍ତ୍ତି କେବଳ ଓଡିଶା’ରେ ସୀମିତ ନ ଥିଲା , ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଓ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ବିଭିନ୍ନ ସାହିତ୍ୟ ଓ ଗବେଷଣା କୃତିତ୍ୱ ହାସଲ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସର’ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ଼ଃ ଚନ୍ଦ୍ର ଶେଖର ହୋତାଙ୍କୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୨୪ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା।
ଏହି ଅବସର’ରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ୨ ଗୋଟି ପୁସ୍ତକ ଯଥା:- ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା’ଙ୍କ ଲିଖିତ ପୁସ୍ତକ ” ଗଜପତିର ପର୍ଯ୍ୟଟନ ବିଭବ” ଏବଂ ବୃନ୍ଦାବନ ସ୍ୱାର’ଙ୍କ ଲିଖିତ ପୁସ୍ତକ “ଉତ୍କଳ ଗୌରବ” ଉନ୍ମୋଚିତ ହୋଇଥିଲା।
ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା ।
ଏହି ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ପ୍ରାତଃ ସମୟରେ ପୁରୁଣା କୋର୍ଟ ଛକ ଠାରେ ଥିବା ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ପ୍ରତିମୂର୍ତ୍ତି ଉପରେ ଉତ୍କଳ ହିତ୍ୟେଷିଣୀ ସମାଜ’ର କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ’ରେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ ଶିକ୍ଷାବିତ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ , ଶ୍ରୀ ଜଗଦୀଶ ମହାପାତ୍ର ପ୍ରାରମ୍ଭିକ ସମ୍ଭାଷଣ , ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଭା କାର୍ଯ୍ୟକ୍ରମ ସଂଯୋଜନା , ଅନୁଷ୍ଠାନ’ର ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ସଂପାଦକୀୟ ବିବରଣୀ ପାଠ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ଭାରତ ଭୁଷଣ ମହାନ୍ତି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————