ହନୁମନ୍ତପୁର ପଞ୍ଚାୟତ ଜବାଗୁଡି ଗ୍ରାମରେ ଅଜଣା ରୋଗରେ ୫ ମୃତ୍ୟୁ ଓ ୧୫ ଜଣ ଆକ୍ରାନ୍ତ …
ରାୟଗଡା( ଅମୂଲ୍ୟ ନିଶଙ୍କ)ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜୁବାଗୁଡି ଗ୍ରାମରେ ୧୯ ଘର ସଂଖ୍ୟା ରହିଥିବା ବେଳେ ୧୦୯ ଜନ ସଂଖ୍ୟା ବସବାସ କରୁଛନ୍ତି। ହେଲେ ଏହି ଗ୍ରାମର ଲୋକ ମାନେ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଥିବା ଜଣାପଡିଛି । ବର୍ତ୍ତମାନ ଦଶଦିନ ମଧ୍ୟରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇ ହୋଇଥିବା ପରିବାର ଲୋକଙ୍କ ଦ୍ଵାରା ଜଣାଯାଇଛି।ଖବର ନେବାରେ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଗ୍ରାମର ପ୍ରାୟ ୧୫ ଜଣ ଲୋକ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅଛନ୍ତି । ହଠାତ୍ ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାପରେ ଶରିର ରେ ଏକ ଗୋଳା ହୋଇ ବୁଲୁଥିବା ସହ କହିଛନ୍ତି ଏଭଳି ଅଜଣା ରୋଗରେ ଗୋଟେ ପରେ ଗୋଟେ ଜିବନ ଚାଲିଯାଉ ଥିବାରୁ ଜୁବାଗୁଡି ଗ୍ରମର ଲୋକ ମାନେ ଚିନ୍ତାରେ ଭୟଭୀତ ହୋଇପଡିଛନ୍ତି।ମୃତକଙ୍କ ମଧ୍ୟରୁ ରାଜେନ୍ଦ୍ର ଦୀଵାକା ୨୨ ବର୍ଷ,
ଅଲ୍ମନ ଗଗେରେଙ୍ଗା ୪ ମାସ ୨୨ ଦିନର ନବ ଜାତ ଶିଶୁ , ବୁଟୁଡି ଦୀବାକା ୬୨ ବର୍ଷ,ଧରଣୀ ଦୀବାକା ୪୫ ବର୍ଷ, ନିଲୁ ଦୀବାକା ୧୪ ବର୍ଷର। ଏହି ପାଞ୍ଚଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଆଉ ୧୫ ଜଣ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଚିକିତ୍ସିତ ହେଉଥିବା ଲୋକ ମାନଙ୍କ ମଧ୍ୟରେ ହେଲେ ।ସାମନ୍ତ ଦୀବାକା ୧୨ବର୍ଷ , ନିମନ୍ତି ଦୀବାକା ୧୮ ବର୍ଷ , ସନ୍ତୋଷ ଦୀବାକା ୧୭ ବର୍ଷ , ଗଗେରେଙ୍ଗା ସୁନୀଲ ୨୫ ବର୍ଷ ,ଲଡ଼୍ର ଦିବାକା ୬୫ ,ବର୍ଷ ଦାଣ୍ଡୀଙ୍ଗ୍ ଦିବାକା ୪୫ବର୍ଷ ,ମଲ ଦିବାକା ୫୦ ବର୍ଷ , ଏଭଳି ୧୫ ଜଣ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏଭଳି ଗୋଟିଏ ପରେ ଗୋଟିଏ ଗ୍ରାମରେ ନିରୀହ ମଣିଷ ଜୀବନ ଚାଲି ଯାଉଥିବା ଜାଣି ଭୟରେ ସ୍ଥାନୀୟ ଲୋକେ ରହିଥିବା ବେଳେ ଦଶ ପନ୍ଦର ଦିନ ହେବ କୈାଣସି ବ୍ୟକ୍ତି କିମ୍ବା କୌଣସି ମହିଳା ଗାଁ ଘରଛାଡି କାମଧନ୍ଦା ଯାଇ ପାରୁନଥିବା ଗ୍ରାମ ବାସୀ କହିଛନ୍ତି। ଗ୍ରାମର ଲୋକ ମାନେ ଜିବନ ବଞ୍ଚାଇବାକୁ ଡାକ୍ତରି ଔଷଧ ଖାଇବା ସହିତ ଗୁଣିଗାରେଡି କୁ ମଧ୍ୟ ବିଶ୍ଵାସ କରି ଯିଏ ଯାହା କହିଲା ତାହା ବିଶ୍ୱାସ କରି ଚେରିମୂଳି ମଧ୍ୟ ଖାଇବାକୁ ପଡୁଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଖବର ପାଇ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡ଼ିକାଲ ଟିମ୍ ଓ ଚନ୍ଦ୍ରପୁର ମେଡିକାଲ ଟିମ୍ ଗ୍ରାମରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ପୀଡିତ ମାନଙ୍କ ପ୍ରତି କେମିତି ସୁଧାର ଆସିବ ତାହାକୁ ଗୁରୁତର ସହ ନେଇ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ରେ ଚିକିତ୍ସା ହୋଇ ଥିବା ବ୍ୟକ୍ତି ମାନେ ସୁସ୍ଥ ହେଲାପରେ ନିଜ ଗ୍ରାମକୁ ଆସିବାକୁ ଭୟଭୀତ ହୋଇପଡୁଛନ୍ତି। କେବେ ଆମ ଜୁବାଗୁଡି ଗାଁ ଶାନ୍ତି ଫେରିବ ଓ ଲୋକ ମାନଙ୍କ ଦୁଃଖ କେବେ ଦୁରହେବ ସେନେଇ ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।