November 15, 2024

ଲାଞ୍ଜିଗଡ଼ରେ J. M. F. C. କୋର୍ଟ କେବେ କାର୍ଯ୍ୟକାରୀ ହେବ ? 

Share

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ l ଏରିଆ ଦୃଷ୍ଟିରୁ ଏହାର ବିସ୍ତୃତି ଅଧିକ l କିନ୍ତୁ ଅଦାଲତି ବା କୋର୍ଟ କଚେରୀ ମାମଲାରେ ଏଠାକାର ଲୋକଙ୍କୁ ଜିଲ୍ଲା ସଦର ମହକୁମା ଭଵାନୀପାଟଣା ଯିବାକୁ ପଡ଼ିଥାଏ l ଗରିବ ଆଦିବାସୀ ସୁଦୂର ଭଵାନୀପାଟଣା ଯାଇ ଦିନକରେ ଫେରିବା ସମ୍ଭବ ହୋଇ ନ ଥାଏ l କାରଣ ଏ ଅଞ୍ଚଳରେ ଗମନାଗମନ ବା ଯାନ ବାହାନର ସେଭଳି ସୁବିଧାନାହିଁ l ତେଣୁ ଅଧିକ ଅର୍ଥ ବ୍ୟୟ କରି ଗରିବ ଲୋକେ କେବଳ ହଇରାଣ ହୋଇଥାନ୍ତି l

ଏ ମଧ୍ୟରେ ଲୋକଙ୍କ ସୁବିଧା ପାଇଁ ସରକାର ଙ୍କ ତରଫରୁ ଓଡିଶାରେ ଆଉ କେତୋଟି J. M. F. C. କୋର୍ଟ ସ୍ଥାପନ ପାଇଁ ସରକାର ପଦକ୍ଷେପ ନେଲେ l ତା.4.3.2024 ରେ ଓଡିଶା ହାଇକୋର୍ଟ ଚିଠି କଲେ l ଯେଉଁ ସବୁ ସ୍ଥାନରେ କୋର୍ଟ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ ଥିଲା, ସେ ମଧ୍ୟ ମରେ ଲାଞ୍ଜିଗଡ଼ର ନାମ ମଧ୍ୟ ଥିଲା l ଲାଞ୍ଜିଗଡ଼ ଅଞ୍ଚଳବାସୀ ଏଥିପାଇଁ ଖୁସି ପ୍ରକଟ କଲେ l କିନ୍ତୁ ଦୀର୍ଘ ଦଶ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୋର୍ଟ ସ୍ଥାପନର କୌଣସି ସୂଚନା ମିଳୁନାହିଁ l ପ୍ରଥମେ କୁହାଗଲା ଯେ କୋର୍ଟର ନିଜସ୍ୱ କୋଠା ନିର୍ମାଣ ହେଲା ପର୍ଯ୍ୟନ୍ତ କୌଣସି ଅନୁଷ୍ଠାନ ବା ଭଡ଼ା ଘରେ କୋର୍ଟର କାର୍ଯ୍ୟ ଚାଲିବ l ତଦନୁଯାୟୀ ଲାଞ୍ଜିଗଡ଼ରେ ଥିବା ରାଜବାଟିରେ ଅନେକ ଅର୍ଥ ବ୍ୟୟରେ ଯଥା ବ୍ୟବସ୍ଥା କରାଗଲା l ନିଜେ ଜିଲ୍ଲା ଜଜ ଆସି ମଧ୍ୟ ଠିକ ଅଛି ବୋଲି ମତ ଦେଲେ l କିନ୍ତୁ ପରେ ପୁଣି କୁହାଗଲା ଯେ ସେ ସ୍ଥାନରେ ହୋଇପାରିବ ନାହିଁ l ଅନ୍ୟ ସ୍ଥାନ ଦେଖ l ଏଥିପାଇଁ ସ୍ଥାନୀୟ ଲୋକେ ବାର ବାର ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟକୁ ଦୌଡ଼ି ଦୌଡ଼ି ହାଲିଆ ହୋଇଗଲେଣି l e ମଧ୍ୟରେ ଅନ୍ୟ ସବୁ ସ୍ଥାନରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଗଲାଣି l କୋର୍ଟର ନିଜସ୍ୱ କୋଠା ନିର୍ମାଣ ପାଇଁ ଲାଞ୍ଜିଗଡ଼ରେ ତିନି ଏକର ଜମି ମଧ୍ୟ ଦିଆଯାଇଛି l ଏବେ ଲାଞ୍ଜିଗଡ଼ର କମ୍ୟୁନିଟି ହଲରେ କିଛି ଅର୍ଥ ବ୍ୟୟ କରି କୋର୍ଟ ଚାଲୁ କରିବା ପାଇଁ ବ୍ୟବସ୍ଥା କରାଯାଇଛି l ତଥାପି ଏ ଯାଏଁ କୋର୍ଟ କାର୍ଯ୍ୟକାରୀ ହେବାର କୌଣସି ସୂଚନା ମିଳିନାହିଁ l ଏ ଆଦିବାସୀ ଅଞ୍ଚଳ ପ୍ରତି ସରକାରଙ୍କ ଏ ପ୍ରକାର ଚରମ ଅବହେଳା ସମସ୍ତଙ୍କୁ ଚକିତ କରିଛି l

ତେଣୁ ଅଞ୍ଚଳବାସୀ ସରକାରଙ୍କ ଏଭଳି ବୈମାତୃକ ମନୋଭାବର ବିରୋଧ କରନ୍ତି ଏବଂ ଆବଶ୍ୟକ ହେଲେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବାକୁ ବଦ୍ଧପରିକର l ପୁରନ୍ଦର ଦଣ୍ଡସେନା – ନିୟୁଜ ଉପାନ୍ତ ଖବର