ମୋହନା ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କଲେ ବିଜେଡି କର୍ମୀ ସମ୍ମିଳନୀ, ସ୍ୱତନ୍ତ୍ର ଅନୁଦାନ ପାଇଁ ଦେଲେ କୃତଜ୍ଞତା—
ମୋହନା ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କଲେ ବିଜେଡି କର୍ମୀ ସମ୍ମିଳନୀ, ସ୍ୱତନ୍ତ୍ର ଅନୁଦାନ ପାଇଁ ଦେଲେ କୃତଜ୍ଞତା— ——ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗସ୍ତରେ ଆସି ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ କରିଥିଲେ।ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଆର. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଆର. ଉଦୟଗିରି ବ୍ଲକ ବିଜେଡି ସଭାପତି ଭିମ ପାଇକ, ଦଣ୍ଡାସି ସାହୁ, ରାମ ଦଳବେହେରା, ହାଡ଼ିଆ କନ୍ଧ, ଝୁମୁରି ବୀର, ନର୍ମଦା ଦଳାଇ, ଯୁଗ୍ମ-ପର୍ଯ୍ୟବେକ୍ଷକ ପୃଥୀବିରାଜ ସାହୁ, ମୋ ପରିବାର ସଦସ୍ୟ ସୁରେନ୍ଦ୍ର ମହାପାତ୍ର, ବ୍ଲକ ଉପାଧକ୍ଷ ବାଲ୍ମୀନା ଅଧିକାରୀ ଙ୍କ ସମେତ ଶତାଧିକ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମ୍ମିଳନୀରେ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ଦେଇ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚର୍ଚ୍ଚ, ମନ୍ଦିର ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହା ସହ ବର୍ତ୍ତମାନ ନୂତନ ଯୋଜନା “ଆମ ଓଡ଼ିଶା ନବୀନ ଓଡିଶା”ରେ ମୁଖ୍ୟମନ୍ତ୍ରୀ ପ୍ରତି ଗ୍ରାମ ପଞ୍ଚାୟତ କୁ ୫୦ଲକ୍ଷ୍ୟ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେଇଛନ୍ତି।ଏହି ଅନୁଦାନ କିପରି ଖର୍ଚ୍ଚ ହେବ ଏବଂ ପ୍ରତି ଗ୍ରାମରେ କିପରି ଉନ୍ନୟନ କାର୍ଯ୍ୟ ହେବ ସେହି ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ ନୂତନ ଯୋଜନା ଅର୍ଥରେ ପ୍ରତି ଗ୍ରାମରେ କିପରି କାର୍ୟ୍ଯ ହେବ କର୍ମୀଙ୍କୁ ବୁଝାଇଥିଲେ।ଆଗାମୀ କିଛି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।ସମସ୍ତ କର୍ମୀ ପଂଚାୟତ ପ୍ରତିନିଧି ଗାଁ ଗାଁ ବୁଲି ନବୀନ ସରକାରର ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ସହ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ବାକୁ ମନ୍ତ୍ରୀ ଉପସ୍ଥିତ ନେତା ମାନେ କର୍ମୀଙ୍କୁ ବୁଝାଇଥିଲେ।