March 10, 2026

ଗଞ୍ଜାମ ବ୍ଲକ ସ୍ତରୀୟ ଜନଶୁଣାଣୀ

IMG-20230720-WA0033
Share

ଗଞ୍ଜାମ ବ୍ଲକ ସ୍ତରୀୟ ଜନଶୁଣାଣୀ

====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ବୈଠକ ଭବନ ଠାରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧକ୍ଷତା କରିଥିଲେ l ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ କୁମାର ପାତ୍ର, ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ 2022/23 ଆର୍ଥିକ ବର୍ଷ ବିବରଣୀ ପଠନ କରିଥିଲେ l ପଞ୍ଚାୟତ ଗୁଡିକରେ ବିଭିନ୍ନ ପ୍ରକଳ୍ପ ତଥା ଖେଳ ପଡିଆ,ପାନୀୟ ଜଳ, ବୃକ୍ଷ ରୋପଣ,ମୃତିକା ସରଂକ୍ଷଣ ଆଦି ଉର୍ଣ୍ଣୟନ ମୂଳକ କାର୍ଯ୍ୟର ବ୍ୟୟ ବରାଦ ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ବ୍ଲକରେ ଲାଇନ ଡିପାର୍ଟମେଣ୍ଟ ଠିକ ଭାବେ କାମ କରୁ ନଥିବା ଗୌରାଙ୍ଗ ପାଟଣା ସମିତି ସଭ୍ୟ ଓ ହୁମ୍ମା ସରପଞ୍ଚ ଓ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଏବଂ ପାଳିବନ୍ଧ ପଞ୍ଚାୟତ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଥିଲେ l ଏହି ଶୁଣାଣିକୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଲୋକନାଥ ରେଡ଼ି, ଆସିଷ୍ଟାଣ୍ଟ ମାମି ସାହୁ,ଏପିଓ ବ୍ରଜ କିଶୋର ବେହେରା,ନରେଗା ଡିଓ ଶିବାନୀ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ସ୍ୱାଇଁ, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ ସମିତି ମେମ୍ବର ଏବ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l