ଭ୍ରଷ୍ଟାଚାରରେ ଓଡ଼ିଶା ବେହାଲ୍ ଥିଲା, ଗରିବଙ୍କୁ ହକ୍ ମିଳୁନଥିଲା
ବର୍ଷ ପୂର୍ତ୍ତି ସମାବେଶରେ ବିଜେଡି ଓ କଂଗ୍ରେସକୁ ମୋଦିଙ୍କ ନିଶାନା । କହିଲେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା ।
ଭୁବନେଶ୍ୱର ( ଦେବାଶିଷ ଦାଶ )
ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ । କଂଗ୍ରେସ ଶାସନ କାଳରେ ବିକାଶକୁ ଅଟକାଇବା, ଲଟକାଇବା,
ଭଟକାଇବା ଚାଲିଥିଲା ।
ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଫାଇଦା ଓ ଉପଲବ୍ଧି ବର୍ଣ୍ଣନା କରିବା ସହ ପୂର୍ବ ବିଜେଡି ସରକାରକୁ କଡ଼ା ଉର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିଜେଡିକୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ଭ୍ରଷ୍ଟାଚାର ଦ୍ବାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା । ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା । ଏସବୁକୁ ଦୂର କରିବାକୁ ବିଜେପି ସରକାର ମଜବୁତର ସହ କାମ କରିଛି । ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ କିଛି ଦେଇ ନଥିଲା ।
ମୋଦିଙ୍କ ପାଇଁ ଦେଶ ଆଜି ସୁରକ୍ଷିତ, ବର୍ଷକରେ ବହୁ ଉପଲବ୍ଧି ମିଳିଛି ମୋହନ ମାଝୀ
ଆଦିବାସୀ ନକ୍ସଲବାଦ ହିଂସାରେ ଘାଣ୍ଟି ହେଉଥିଲେ । କିନ୍ତୁ ବିଜେପି ସରକାର ଏହା ଦୂର କରିବାରେ ସଫଳ ହୋଇଛି । ଆଜି ଆଦିବାସୀ ସମାଜକୁ ନକ୍ସଲବାଦରୁ ମୁକ୍ତି ମିଳି ପାରିଛି । ଡବଲ ଇଞ୍ଜିନରେ ଓଡ଼ିଶାକୁ ଡବଲ୍ ବେନିଫିଟ୍ ମିଳିପାରିବ ,,
