March 7, 2026

ଭୁବନେଶ୍ୱର ଜନତା ମଇଦାନରେ ଯସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

IMG-20250620-WA0092
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ରାଜଭବନରେ ପହଂଚିଥିଲେ। ପରେ ରାଜଭବନରୁ ୪.୪୫ ମିନିଟରେ ବାହାରି ଜନତା ମଇଦାନ ଅଭିମୁଖେ ବାହାରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୋଦ୍‌ ପୋଲିସ ଡିଜି, ପୋଲିସ୍ କମିଶନର,ଭୁବନେଶ୍ୱର ଡିସିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ର ସୁରକ୍ଷା ଦାୟିତ୍ୱ ନେଇଥିଲେ। ଏହାସହ ଏସପିଜିଙ୍କ ଅକ୍ତିଆର୍‌ରେ ଥିଲା ପ୍ରଧାନମନ୍ତ୍ରୀଙ୍କ କାର୍‌। ବିମାନବନ୍ଦରରୁ ରାଜଭବନ ଓ ରାଜଭବନରୁ ଜନତାମଇଦାନ ପର୍ଯ୍ୟନ୍ତ। ସମସ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ ରହିଥିଲା ପୋଲିସ ନିୟନ୍ତ୍ରଣରେ। ତେବେ ଜୟଦେବ ଛକରେ ମୋଦି ନିଜେ ସୁରକ୍ଷା ବଳୟ ଭାଙ୍ଗି ରାସ୍ତା କଡରେ ଅପେ ‍ଆ କରିଥିବା ଲୋକଙ୍କୁ ହାତ ମିଳାଇଥିଲେ,,