April 26, 2026
ajiro khabar
Share

 

ଜୁନ୍‌ ୨୪ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ।

 

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ଆତଙ୍କ, କେନ୍ଦ୍ରାପଡ଼ାରେ ହଇଜାରେ ଜଣେ ମୃତ, ଅନେକ ଚିକିତ୍ସିତ।

 

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ।

 

ଆଜି ମୋଦୀଙ୍କ ଭୁବନେଶ୍ୱର ଗସ୍ତ। ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ। ସବୁ ସ୍କୁଲ ବନ୍ଦ।

 

ଆଜି ମୋଦୀଙ୍କ ପାଇଁ ଭୁବନେଶ୍ବର ଏୟାରପୋର୍ଟରୁ ଜନତା ମଇଦାନ ସ୍ୱତନ୍ତ୍ର ସୁରକ୍ଷା, ଡ୍ରୋନ୍ ଉଡ଼ାଇବା ଉପରେ କଟକଣା।

 

କଟକ ବାରବାଟୀରେ ଡିସେମ୍ବର ୯ରେ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍। ଅନ୍ ଲାଇନରେ ଟିକେଟ ବିକ୍ରି ହେବ

 

ଭୁବନେଶ୍ୱରରେ କମ୍‌ ଉଚ୍ଚତାରେ ଉଡ଼ୁଛି ବିମାନ। ଲିଙ୍ଗରାଜ ମନ୍ଦିରକୁ ବିପଦ ବୋଲି କହିଲେ ଐତିହ୍ୟ ଗବେଷକ

 

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ। ସକାଳ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ।

 

ମୋଦୀ କରିବେ ରୋଡ଼ ସୋ। ବସ ରୁଟ ବଦଳିବ। ଟ୍ରାଫିକ ପ୍ରଭାବିତ ଅଞ୍ଚଳ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକରୁ ନାଲକୋ ଛକ

 

ଯାଜପୁର ଧର୍ମଶାଳାରେ ଔଷଧ ବାହାରୁ କିଣିବା ପାଇଁ ଲେଖିବା ଅଭିଯୋଗରେ ଡାକ୍ତର ନିଲମ୍ବିତ।

 

ଅନୁଗୋଳରେ ବାଇକ ଡିକି ଭାଙ୍ଗି ୧ ଲକ୍ଷ ୧୯ ହଜାର ଲୁଟି ନେଲେ ଦୃବୁର୍ତ୍ତ।

 

କନ୍ଧମାଳରେ ପୂର୍ବତନ ପିଇଓ ୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ

 

ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି।

 

ସ୍ବର୍ଗତ ନବଦାସଙ୍କ ବିଭିନ୍ନ ଘରେ ଆୟକର ଚଢ଼ାଉ, ୧୯ଟି ସ୍ଥାନରେ ଏକକାଳୀନ ଯାଞ୍ଚ।

 

ବାଲେଶ୍ଵର ଚନ୍ଦନେଶ୍ଵରରେ ଯୁବକକୁ ବେଡ଼ି ପକାଇ ମାଡ଼ ଅଭିଯୋଗରେ ଭୋଗରାଇ ଥାନା ଅଧିକାରୀ ନିଲମ୍ବିତ।

 

କେନ୍ଦ୍ରାପଡ଼ା ମୁଣ୍ଡାଳ ଗାଁରେ ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ।

 

ଭାରତ ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ଆଜି ଅପରାହ୍ନ ୩.୩୦ଠାରୁ ଆରମ୍ଭ।

 

ଅହମଡଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ ତିନିମାସ ତଳେ ଇଞ୍ଜିନ ମରାମତି ହୋଇଥିଲା

 

ଇଣ୍ଡିଗୋ ଦିଲ୍ଲୀ ଲେହ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା।

 

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିଆସିଲା ଦିଲ୍ଲୀ- ଭିଏତନାମ୍ ଏୟାର ଇଣ୍ଡିଆ ବିମାନ

 

ଦେଶରେ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ତଳେ।

 

ଗୌତମ ଆଦାନୀଙ୍କ ବଡଭାଇ ସାଇପ୍ରସ ବାସିନ୍ଦା। ତାଙ୍କରି ସ୍ୱାର୍ଥରେ ସାଇପ୍ରସ ଗସ୍ତରେ ମୋଦୀ ବୋଲି ବିରୋଧୀଙ୍କ ଅଭିଯୋଗ।

 

ଇରାନ ଇସ୍ରାଏଲ ଯୁଦ୍ଧ ଭିତରେ ଫସି ରହିଥିବା ୬୦୦ ଭାରତୀୟ ଦିଲ୍ଲୀ ପହଁଚିଲେ। ସେଥିରୁ ଅଧିକାଂଶ କାଶ୍ମୀରୀ

 

ବାରମ୍ବାର ଇରାନକୁ ଆକ୍ରମଣ କରିବାର ଧମକ ଦେଉଛନ୍ତି ଟ୍ରମ୍ପ

=======================

*ଆଜି ବିଶ୍ୱ ରିଫ୍ୟୁଜି ଦିବସ*

 

ଆଜି ଜନ୍ମଦିନ: *ଦ୍ରୌପଦୀ ମୁର୍ମୁ*, ଲକ୍ଷ୍ମଣ କିର୍ଲସ୍କର, ସୁଷମା ସେଠ, ବିକ୍ରମ ସେଠ, ନୀତୁ ଚନ୍ଦ୍ରା, ରାହୁଲ ଖାନ୍ନା, ପାରସ ମାମ୍ବରେ, ଉପାସନା ମହାପାତ୍ର (ବ୍ରହ୍ମଗିରି), *ଶ୍ରଦ୍ଧାଞ୍ଜଳି ସାମନ୍ତରାୟ* (ଫୁଟବଲ, ବାଣପୁର)

 

ଇତିହାସରେ ଆଜି ଦିନ: (୧୭୫୬) କଲିକତା ବ୍ଲାକ ହୋଲରେ ୧୪୬ ଜଣଙ୍କୁ ମରିବା ପାଇଁ ଛାଡି ଦିଆଗଲା/ (୧୭୫୬) ବ୍ରିଟିଶ ଠାରୁ କଲିକତା ନେଇଗଲେ ସିରାଜ ଉଦୌଲା/ (୧୮୮୭) ବମ୍ବେରେ ଭିକ୍ଟୋରିଆ ଟର୍ମିନସ ସ୍ଥାପନ/ (୧୮୩୭) ବ୍ରିଟିଶ ସିଂହାସନରେ ବସିଲେ ରାଣୀ ଭିକ୍ଟୋରିଆ/ (୧୯୬୭) ବକ୍ସର ମହମ୍ମଦ ଅଲୀଙ୍କୁ ଆମେରିକା ହୁଷ୍ଟନରେ କାରାଦଣ୍ଡ ଆଦେଶ/

=======================

*ଗଛଟିଏ ଲଗାନ୍ତୁ* 🌱🌱🌱🌱

 

*ବନ୍ଦେ ଉତ୍କଳ ଜନନୀ*