ଉଦ୍ୟମ କ୍ୟାରିଅର କ୍ଲାସେସ୍ ପ୍ରାଇଭେଟ୍ ଲିମିଟେଡ୍ ର ଐତିହାସିକ ନିଟ୍ ଫଳାଫଳ,,
ଭୁବନେଶ୍ୱର ( ଦେବାଶିଷ ଦାଶ )
ଉଦ୍ୟମ କ୍ୟାରିଅର କ୍ଲାସେସ ପ୍ରାଇଭେଟ ଲିମିଟେଡ଼, ଭୁବନେଶ୍ୱର, ଜାଗମରା ଶାଖାର ନିଟ୍ ଫଳାଫଳ ଏକ ଐତିହାସିକ ରେକର୍ଡ କରିଛି l ଏହି ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇଥାଏ l ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ଶିକ୍ଷାଦାନ ପାଇଁ ଆଡ଼ମିସନ ନେଇଥାଏ ଏବଂ ସେଇ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ଫଳାଫଳ ପାଇଁ ଅନୁଷ୍ଠାନ ଚେଷ୍ଟା କରିଥାଏ l ଚଳିତ ବର୍ଷ ୩୧ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୦ ଜଣ ସରକାରୀ ମେଡିକାଲ କଲେଜରେ ପାଠ ପଢିବା ପାଇଁ ନିଶ୍ଚୟ ଯୋଗ୍ୟ ହେବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି l ଅନ୍ୟ କୃତି ଛାତ୍ରଛାତ୍ରୀମାନେ ବିଡ଼ିଏସ, ହୋମିଓପାଥିକ୍, କିମ୍ବା ଆୟୁର୍ବେଦିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ହେବେ l ଅମିତ ବଳିୟାରସିଂହ ୯୯୩ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି, ଦିଶିତା ଦାସ ୭୪୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସରକାରୀ ମେଡିକାଲ କଲେଜ ରେ ଏହି ଛାତ୍ରଛାତ୍ରୀ ମାନେ ଆଡ଼ମିସନ ପାଇଁ ନିଶ୍ଚିତ ଭାବେ ମନୋନୀତ ହେବେ l ତେବେ ରାଜଧାନୀରେ ଶିକ୍ଷା ପ୍ରଦାନ ପାଇଁ ଅନେକ ଗୁଡିଏ ଅନୁଷ୍ଠାନ ଗଢ଼ି ଉଠିଥିବା ବେଳେ ଏହି ଉଦ୍ୟମ କ୍ୟାରିଅର କ୍ଲାସେସ୍ ର ଗୁଣାତ୍ମକ ଶିକ୍ଷା ଦାନ ପାଇଁ ଆଜି ଅନେକ ଛାତ୍ରଛାତ୍ରୀ ସଫଳତା ର ସହ ନିଟ୍ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଗର୍ବିତ ମନେ କରୁଛନ୍ତି l ପ୍ରଶିକ୍ଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଛାତ୍ରଛାତ୍ରୀ ମାନେ ଏହି ସଫଳତା ହାସଲ କରିବା ପାଇଁ ସୁଯୋଗ ପାଇପାରୁଛନ୍ତି l ଆଗାମୀ ଶିକ୍ଷା ବର୍ଷ ପାଇଁ ଯେଉଁ ଛାତ୍ରଛାତ୍ରୀ ମାନେ ଏହି ସଫଳ ଅନୁଷ୍ଠାନ ରେ ଶିକ୍ଷା ଗ୍ରହଣ କରିବା ପାଇଁ ଇଛା ପ୍ରକାଶ କରନ୍ତି ସେମାନେ ୯୫୫୬୦୫୭୨୨୨ ନମ୍ବର ରେ କିମ୍ବା ୱେବସାଇଟ୍ ଉଦ୍ୟମ କ୍ଲାସେସ.କମ୍ ରେ ଯୋଗାଯୋଗ କରିପାରିବେ l
