July 8, 2024

ଜେକେ କାଗଜ କଳ ର ପୂର୍ବତନ ଅଧକ୍ଷ ହରି ଶଙ୍କର ସିଂଘାଣିଆ ଙ୍କ ଜନ୍ମ ତିଥିରେ ରକ୍ତଦାନ ଶିବିର ଅନୁଷ୍ଠିତ ..

Share


ରାୟଗଡା : ଜେ କେ ପୁର ସ୍ଥିତ ଜେ କେ କାଗଜ କଳ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜୁନ ୨୦ ତାରିଖରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଉକ୍ତ ରକ୍ତ ଦାନ ଶିବିର ରେ ଜେ କେ କାଗଜ କଳ ର ମୂଖ୍ୟ ଶ୍ରୀ ବିନୟ ଦ୍ୱିବେଦୀ (କାର୍ଯ୍ଯ ନିର୍ବାହୀ ଉପସଭାପତି କାର୍ମିକ) ଓ ଶ୍ରୀ ବିଶ୍ୱଜିତ୍ ଦ୍ବିବେଦୀ (ଉପସଭାପତି , ବାଣିଜ୍ୟ), ଶ୍ରୀ ସନ୍ଦୀପ ପାଣ୍ଡେ (ଜେନେରାଲ ମ୍ୟାନେଜର, ମାନବ ସମ୍ବଳ) ଙ୍କ ସମେତ ଅନ୍ୟ ଉପରିସ୍ଥ ଅଧିକାରୀ ବୃନ୍ଦ ଓ ଶ୍ରୀମତୀ ଶ୍ୱେତା ଦ୍ୱିବେଦୀ ମହିଳା ମଣ୍ଡଳର ସଭାପତି,ଶ୍ରୀମତୀ ନୀତା ଦ୍ଵିବେଦୀ ମହିଳା ମଣ୍ଡଳ ର ଉପସଭାପତି, ଶ୍ରୀମତି ପ୍ରିୟଙ୍କା ପାଣ୍ଡେ ମହିଳା ବିକାଶ କେନ୍ଦ୍ରର ଉପସଭାପତି ଆଦି ଉପସ୍ଥିତ ରହି ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରକ୍ତ ଦାନ ଶିବିର ଉଦ୍ଘାଟନ କରିଥିଲେ।
ଜେ କେ କାଗଜ କଳ ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶ୍ରୀ କେ ଭି ଆର୍ ରାଓ ,ବରିଷ୍ଠ ଚିକିତ୍ସା ଅଧିକାରୀ ଡ଼ଃ ପଦ୍ମା ୟେଶ୍ଵନ୍ତ୍ ଓ ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟ ର କର୍ମଚାରୀ ଙ୍କ ମିଳିତ ତତ୍ତ୍ୱାବଧାନରେ ଜେକେ କାଗଜ କଳର କର୍ମଚାରୀ ମାନେ ୨୦୦ ୟୁନିଟ ରକ୍ତ ଦାନ କରିଥିଲେ ଯାହାକୁ ଜେକେ କାଗଜ କଳ ର ମୂଖ୍ୟ ଶ୍ରୀ ବିନୟ ଦ୍ୱିବେଦୀ ଭୂରୀ ଭୂରୀ ପ୍ରଶଂସା କରିବା ସହ ରକ୍ତ ଦାନ ମହାପୁଣ୍ୟ ସ୍ଲୋଗାନ ସହ ଅଭିଭାଷଣ ରଖିଥିଲେ ଓ ରକ୍ତ ଦାତା ମାନଙ୍କୁ ଶୁଭେଚ୍ଚା ଜଣାଇଥିଲେ।
ଶ୍ରୀ ରଞ୍ଜିତ କୁମାର ଦାସ ମୂଖ୍ୟ ନିର୍ବାହକ (ମଙ୍ଗଳ ଓ ଅତିଥି ସମ୍ପର୍କ) ଙ୍କ ତତ୍ତ୍ୱାବଧାନରେ ରେ ମଙ୍ଗଳ ଓ ଅତିଥି ସମ୍ପର୍କ ବିଭାଗ ର ସମସ୍ତ କର୍ମକର୍ତ୍ତା ଶ୍ରୀ ଭାସ୍କର ନାଇଡ଼ୁ, ଶ୍ରୀ ଶିବଙ୍କର ପଣ୍ଡା, ଶ୍ରୀ ପି. ଭେଙ୍କଟ ରାଓ , ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ଓ ଜେକେ କାଗଜ କଳ ର ଲୋକ ସଂପର୍କ ଅଧିକାରୀ ଶ୍ରୀ ମିଲନ ଲେଙ୍କା କାର୍ଯ୍ୟକ୍ରମ ର ସମସ୍ତ ବିବରଣୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ