October 6, 2024

ରାସ୍ତା ଉପରେ ଅଛି ନଳକୂପ , ଡାକୁଛି ବିପଦକୁ , ପ୍ରଶାସନିକ ପ୍ରତିକାର ଦାବି

Share


ବୁଗୁଡ଼ା : ତା ୨୦/୦୬/୨୪ : ବୁଗୁଡା ବ୍ଲକର କୁଆଁନଳା ଗାଁ ଛକ ନିକଟରେ ରାସ୍ତା ଉପରେ ବିପଦଜ୍ଜନକ ଅବସ୍ଥାରେ ନଳକୂପଟିଏ ରହି ଦୁର୍ଘଟଣାର କାରଣ ପାଲଟିଛି । ବୁଗୁଡା-ପୋଲସରା ମୁଖ୍ୟ ରାସ୍ତାରେ ଏହି ଟ୍ଯୁବ୍ଓ୍ବେଲଟି ରହି ବିପଦକୁ ଆହ୍ବାନ କରୁଥିବା ବେଳେ ଅନ୍ଧାର ରାତିରେ ସାଇକେଲ ଆରୋହୀମାନେ ଏହାର ଶିକାର ହେଉଛନ୍ତି । ବିଶେଷ କରି ବୁଗୁଡ଼ା ଅଭିମୁଖେ ଆସୁଥିବା ଯାନବାହାନ ପ୍ରତି ଅଧିକ ବିପଦ ରହିଛି । ଏଥି ସହ ଗତ ଦିନ ଗୁଡିକରେ ଛୋଟ ଛୋଟ ଦୁର୍ଘଟଣାମାନ ଘଟି ଲୋକେ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିଲା ବେଳେ ଆଗାମୀ ଦିନରେ ବଡ ଧରଣର ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ, ରାସ୍ତା ଉପରେ ରହିଥିବା ଏହି ନଳକୂପଟିକୁ ତୁରନ୍ତ ହଟାଇବା ନିମନ୍ତେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।