January 30, 2025

ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ

Share

*ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ *

*ଲୋକସମ୍ପର୍କ ବିଭାଗ ଓ ମହାନଗର ନିଗମ ଭୁଲିଗଲେ*
ବ୍ରହ୍ମପୁର, ତା.20.6.2023ରିଖ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ପତିତ ପାବନ ସଂଘର ମିଳିତ ଆନୁକୂଲ୍ୟରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଜୟ ମଙ୍ଗଳ ରଥଙ୍କ 71ତମ ମୃତ୍ୟୁ ବାର୍ଷିକୀ ପାଳନ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା l ବ୍ରିଟିଶ ବିରୁଦ୍ଧରେ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଜୟ ମଙ୍ଗଳ ରଥ ଅଂଶ ଗ୍ରହଣ କରିବାସହ ଦେଶ ଭିତରେ ଥିବା ଜାତିପ୍ରଥା, ବଳି ପ୍ରଥା, ମଦ ମାଦକ ଦ୍ରବ୍ୟର କୁ ଅଭ୍ୟାସ ଆଦି କୁସଂସ୍କାର ବିରୁଦ୍ଧରେ ସେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏହି ପ୍ରକ୍ରିୟାରେ ନିଜେ ବି ଜାତି ବାହାରେ ବିବାହ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି l ଏଣୁ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବାପାଇଁ ଜୟ ମଙ୍ଗଳ ରଥଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆଜିର ସଭାରେ ମତବ୍ୟକ୍ତ ହୋଇଛି l ଗଞ୍ଜାମ ଜିଲ୍ଲାର ଗୌରବ ଜୟ ମଙ୍ଗଳ ରଥଙ୍କ ସ୍ମୃତି ଚାରଣକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ବା ମହାନଗର ନିଗମ ପାଳନ ନକରିବା ହେତୁ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି l ବରିଷ୍ଠ ସାମ୍ବାଦିକ ରବି ରଥ,ସଂସ୍କାର ମହିମା ପତ୍ରିକା ସମ୍ପାଦକ ଶିବ ସୁନ୍ଦର ରଥ,ବୃନ୍ଦାବନ ଖଟେଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ରାମକୃଷ୍ଣ ପାତ୍ର,ପତିତ ପାବନ ସଂଘର କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ଦାସ, ସହ ସମ୍ପାଦକ ବୀଣା ପେରା, ବାବୁଲି ପେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୈଳାଶ ନାୟକ, ପ୍ରଶାନ୍ତ ନାୟକ, ପ୍ରସନ୍ନ ପେରା, ଭରତ କଲ୍ୟାଣୀ, ବିଶ୍ଵାଚନ୍ଦ୍ର ମlଧେଇ, ରାଜେନ୍ଦ୍ର ପେରା, ନକୁଳ ଚିହ୍ନା, ରବୀନ୍ଦ୍ର ନାୟକ, ପିଙ୍କୁ ରାଜୁ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l