ନୁଆସାହି ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ l

ବାଲେଶ୍ୱର : ବାଲେଶ୍ୱର ବାଲିଆ ସ୍ଥିତ ନୁଆସାହି ରାଧାକୃଷ୍ଣ ଜୀଉ ମନ୍ଦିର କମିଟି ଓ ଅଞ୍ଚଳ ବାସୀଙ୍କ ମିଳିତ ସହଯୋଗରେ ନିର୍ମିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ଜୀଉ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଦୁଇ ଦିନ ଧରି ଚାଲୁରହିଥିବା ଉକ୍ତ ଉତ୍ସବର ପ୍ରଥମ ଦିବସରେ ୧୦୮କଳସ ଯାତ୍ରା, ଅଧିବେସନ ଓ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ ଦ୍ଵିତୀୟ ଦିବସରେ ମହାଜଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନାମ ସଂକୀର୍ତନ ଓ ଯଜ୍ଞ ଦ୍ୱାରା ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା l ଏହି ଅବସରରେ ଭଜନ ସନ୍ଧ୍ୟା ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଦୁଇ ଦିନିଆ ବାର୍ଷିକ ଉତ୍ସବ ରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି ବାର୍ଷିକ ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସଭାପତି ଆଇନଜୀବି ହରେକୃଷ୍ଣ ଦାସ ଓ ସମ୍ପାଦକ ନିତ୍ୟାନନ୍ଦ ସାମଲଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳ ବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ l ଏହିଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଗମନ ହେବା ସହ ଶ୍ରୀଶ୍ରୀ ରାଧାକୃଷ୍ଣ ଙ୍କ ଠାରେ ପୂଜା ଅର୍ଚନା କରିବା ସହିତ ଆଶ୍ରିତ କାମନା କରିଥିଲେ l