May 22, 2025

ବାଲେଶ୍ଵର ଜିଲାର ବିଭନ୍ନ ଅଞ୍ଚଳରୁ ୧୭ଟି ବାଇକ ଓ ସ୍କୁଟର ଉଦ୍ଧାର କଲା ପୋଲିସ, ୩ ଗିରଫ, ଗାଡି ମାଲିକଙ୍କୁ ଚାବି ଫେରାଇଲେ ଏସପି

Share

 

 

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲାରେ ଏକ ଆଇନଶୃଙ୍ଖଳା ଭାଙ୍ଗିବାରେ ଲାଗିଛି । ଦୈନିକ ଚୋରି ଛିନ୍ତାଇ,ଡକାୟତି ବୃଦ୍ଧି ପାଉଥିବା ବେଳେ ଗାଡ଼ି ଚୋରି ବହୁଳ ମାତ୍ରାରେ ବଢ଼ିଯାଇଛି । ଏହି କ୍ରମରେ ବାଲେଶ୍ୱର ପୁଲିସକୁ ଏକ ସଫଳତା ମିଳିଛି । ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ,ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୋରି ହୋଇଥିବା ଗାଡି ଗୁଡିକ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅର୍ନ୍ତଗତ ନିଆବାଗ ନଦୀପଠା ସ୍ଥିତ ଏକ ବୁଦାଳିଆ ଅଂଚଳରୁ ୧୩ଟି ବାଇକ ସହ ଅନ୍ୟ ସ୍ଥାନରୁ ୪ଟି ଚୋରି ବାଇକ ଜବତ କରାଯାଇଛି ବୋଲି ସହଦେବଖୁଂଟା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବାଇକ ଚୋରମାନେ ହେଲେ ସୋର ଅଂଚଳର କାଳିଆ କାହ୍ନା ମହାଳିକ(୧୮),ଚିରଞ୍ଜିତ ଖିଲାର(୩୩) ଏବଂ ଅନ୍ୟଜଣେ ସେଥିମଧ୍ୟରୁ ନାବାଳକ ରହିଛନ୍ତି । ତାଙ୍କ ସୂଚନା ଅନୁସାରେ,ବାଲେଶ୍ୱର ଜିଲ୍ଲାରେ ହେଉଥିବା ବାଇକ ଚୋରିକୁ ରୋକିବା ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିଲା । ଗତ ଥର ଏହି ଡ୍ରାଇଭରେ ୮ଟି ଚୋରି ବାଇକ ଉଦ୍ଧାର ହୋଇଥିବା ଚଳିତ ଥର ୧୭ଟି ଚୋରି ବାଇକ ଜବତ କରାଯାଇଛି । ବିଶେଷ କରି ଏହି ଗାଡି ଗୁଡିକ ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ,ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୋରି ହୋଇଥିଲା । ବାଲେଶ୍ୱର ସହରର ଆଇଡିବିଆଇ ବ୍ୟାଙ୍କ ସମେତ ତାରିଣୀ ନର୍ସିଂ ହୋମ ସମେତ ଅନ୍ୟନ୍ୟ ସ୍ଥାନମାନଙ୍କରେ ରାସ୍ତାକଡରେ ରହିଥିବା ବାଇକ ଗୁଡିକୁ ସେମାନେ ଟାର୍ଗେଟ କରି ଚୋରି କରିଥିଲେ । ବିଶେଷ କରି କିଛିଦିନ ତଳେ ରେମୁଣା ଥାନା ଅର୍ନ୍ତଗତ କ୍ଷୀରଚୋରା ମନ୍ଦିର ନିକଟରେ ଦୁଇ ଜଣ ବ୍ୟକ୍ତି ସନ୍ଦେହରେ ବୁଲୁଥିବା ନେଇ ପୁଲିସ ଖବର ପାଇଥିଲା । ଖବର ପାଇଁ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ସେମାନଙ୍କୁ କାବୁ କରିଥିଲା । ଏବଂ ପଚରା ଉଚରା ସମୟରେ ସେମାନଙ୍କ ସହ ଅନ୍ୟ ଜଣ ସାମିଲ ରହିଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏହାଛଡା ସେମାନେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ,ଖୁଂଟା ବ୍ଲକର ବିଭିନ୍ନ ସ୍ଥାନରୁ ଗାଡି ଚୋରି କରିଥିବା ବେଳେ ଭଦ୍ରକ ଟାଉନ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଗାଡି ଚୋରି କରିଥିବା ସ୍ୱିକାର କରିଥିଲେ । ଏପରିକି ଏହି ଚୋରି ଗାଡିକୁ ସେମାନେ ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଥିଲା । ଏପରିକି ସେମାନେ ଗାଡିକୁ ଚୋରି କରିବା ପରେ ଗାଡିର ନମ୍ବର ପ୍ଲୋଟ ବଦଳାଇବା ସହ ଚେଚିସ ଓ ଇଞ୍ଜିନ ନମ୍ବର ମଧ୍ୟ ବଦଳାଇ ଦେଇଥିବା ଜଣାପଡିଥିଲା । ତେବେ ପୁଲିସର ଅଧିକ ତଦନ୍ତ କରିବା ସମୟରେ ସେମାନେ ରେମୁଣା ଥାନା ଅର୍ନ୍ତଗତ ମନ୍ଦାରପୁର ଅଂଚଳର ନିଆବାଗ ସ୍ଥିତ ଏକ ନଦୀପଠାର ଜଙ୍ଗଲିଆ ସ୍ଥାନରେ ୧୩ଟି ଗାଡିକୁ ଲୁଚାଇ ରଖିଥିବା କହିଥିଲେ । ପୁଲିସ ସେଠାରୁ ଉକ୍ତ ବାଇକ ଗୁଡିକ ଜବତ କରିଥିଲା । ଏପରିକି ଦୀର୍ଘ ତିନି ବର୍ଷ ତଳୁ ଚୋରି ହୋଇଥିବା ଗାଡିକ ମଧ୍ୟ ଆଜି ଉଦ୍ଧାର ହୋଇଛି । ଅନ୍ୟପଟେ ସୋର ଅଂଚଳରୁ ବାକି ୪ଟି ଗାଡିକୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି । ଏହି ଚୋରମାନେ ବିଶେଷ କରି ଚୋରି ଗାଡି ଗୁଡିକୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିଲେ ବୋଲି ଜଣାଯାଇଛି । ଏହି ୧୭ଟି ଗାଡି ଜବତ ହୋଇଥିବା ବେଳେ ସହଦେବଖୁଂଟା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିବା ବଳେ ସୋର ଥାନାରେ ଦୁଇଟି,ସିମୁଳିଆ ଥାନାରେ ଗୋଟିଏ,ରୁପସା ଥାନାରେ ଗୋଟିଏ,ଭଦ୍ରକ ଟାଉନ ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ଖନ୍ତାପଡା, ବସ୍ତା,ମୟୂରଭଞ୍ଜ ଜିଲ୍ଲାର ଖୁଂଟା,ବୈଶିଙ୍ଗା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଏପରିକି ସହରରେ ଚୋରି ରୋକିବା ପାଇଁ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏସପି କହିଛନ୍ତି । ଅନ୍ୟପଟେ ଚୋରି ଗାଡିକୁ ଆଜି ଏସପି ଗାଡିର ମାଲିକଙ୍କୁ ଫେରାଇ ଦେଇଛନ୍ତି । ଏନେଇ ଜଣେ ଗାଡି ମାଲିକ ତଥା ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ବାଙ୍କିଶୋଳ ଗ୍ରାମର ଦୁଲାରାମ ହେମ୍ବ୍ରମ କହିଛନ୍ତି ଯେ,୨୦୨୨ମସିହାରେ ତାଙ୍କ ଗାଡି ଘର ନିକଟରେ ଥିବା ବେଳେ ଚୋରି ହୋଇଯାଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଏହି ଚୋରି ଘଟଣାକୁ ୩ବର୍ଷ ହୋଇଯାଇଥିବା ବେଳେ ସେ ତାଙ୍କ ସ୍କୁଟି ଫେରି ପାଇବା ଆଶା ଛାଡି ଦେଇଥିଲେ । ଏପରିକି ଚୋରମାନେ ତାଙ୍କ ଗାଡିର ନମ୍ବର ପ୍ଲେଟ ସହ ଇଞ୍ଜିନ ନମ୍ବର ବଦଳାଇ ଅନ୍ୟ ଜଣଙ୍କୁ ବିକ୍ରୀ କରିଦେଇଥିଲେ । ତେବେ ବାଲେଶ୍ୱର ପୁଲିସ ତାଙ୍କ ଗାଡି ତାଙ୍କୁ ଫେରାଇ ଦେଇଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।