March 9, 2026

କର୍ଚ୍ଚବାଡି ପଞ୍ଚାୟତ ଶୁଖିଲାଆମ୍ୱ ଛକ ରେ ବେଆଇନ ଦଖଲ  ଉଠାଇବା ଦାବୀ ରେ ତହସିଲଦାର ଙ୍କୁ ଘେରାଉ ..

IMG-20250520-WA0052
Share

ମୋହନା ବ୍ଲକ କର୍ଚ୍ଚବାଡି ଗ୍ରାମ ପଞ୍ଚାୟତ ର ଶୁଖିଲାଆମ୍ବ ଛକ ରେ ଜୋର ଜବରଦସ୍ତି କେତକ ବ୍ୟକ୍ତି ବାସଗୃହ ନିର୍ମାଣ କରିଥିବାକୁ ନେଇ ମୋହନା ତହସିଲଦାର ଙ୍କୁ ଘେରାଉ। ଆଜି ଦିନ ୧୨ ଘଣ୍ଟ ସମୟରେ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ଗ୍ରାମ ର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମୋହନା ତହସିଲଦାର ଙ୍କୁ ଘେରିଛନ୍ତି। ଶୁଖିଲା ଆମ୍ବ ଛକରେ ଥିବା ସରକାରୀ ଜମିରେ

ବେଆଇନ ଭାବେ କିଛି ବାହାର ଜିଲ୍ଲା ଲୋକଙ୍କ ସହ ୪ ପରିବାର ସମେତ କିଛି ସ୍ଥାନୀୟ ବ୍ୟକ୍ତି ଜୋର ଜବରଦସ୍ତ ପକ୍କା ଘର ନିର୍ମାଣ କରି ରହି ଆସୁଛନ୍ତି।ଏହାକୁ ବିରୋଧ କରି ବାରମ୍ଵାର ମୋହନା ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ। ଯାହାକୁ ନେଇ ଆଜି ମୋହନା ତହସିଲଦାର ଚକ୍ରଧର ପାଢ଼ୀ ପଞ୍ଚାୟତ ର ଜନ ସାଧାରଣ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ତିନିଦିନ ଭିତରେ ଉକ୍ତ ଜାଗା କୁ ତନଖି କରି ଜୋର୍ ଜବରଦସ୍ତିରେ ଗୃହ ନିର୍ମାଣ କରିଥିବା ଘର ଗୁଡ଼ିକୁ ଉଠାଯିବ। ପରେ ପଞ୍ଚାୟତ ର ଜନ ପ୍ରତିନିଧି ଙ୍କ ସହ ଜନ ସାଧାରଣ ତହସିଲ କାର୍ଯ୍ୟଳୟ ରୁ ବାହାରିଥିଲେ। ଯଦି ଆଗାମୀ ଦିନରେ ସେମାନଙ୍କୁ ଉଠା ନ ଯାଏ ତା ହେଲେ ରାଜ ରାସ୍ତାରେ ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଖବର ନେବାରୁ ଜଣାପଡିଛି ଛକରେ ବ୍ୟବସାୟ ପ୍ରତିଷ୍ଠାନ କରିଥିବା କେତେକ ବ୍ୟକ୍ତିଙ୍କ ବହୁ ଗୁଡ଼ିଏ ପଦର, ଚାଷ ଜମି ଥିଲେ ମଧ୍ୟ ସରକାରୀ ଜମି ଜବରଦଖଲ କରିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ସମସ୍ତ ବେ ଆଇନ ଦଖଲ କାରୀଙ୍କୁ ଉଠାଇବା ପାଇଁ ଦାବୀ ହେଉଛି।