September 29, 2024

ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ , ବୁଗୁଡ଼ା ଏନ୍ଏସିରେ ମତଦାନ ହାର ୬୩.୪୧%…

Share

                                                    ବୁଗୁଡ଼ା : ତା ୨୦/୦୫/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ପାଇଁ ବୁଗୁଡା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ୧୨୩ଟି ବୁଥରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି । ଏଥର ବୁଗୁଡା ଏନ୍ଏସି ପାଇଁ ରହିଥିବା ୧୪ଟି ମତଦାନ କେନ୍ଦ୍ରରେ ୧୨, ୫୫୭ ଜଣ ଭୋଟରଙ୍କ ମଧ୍ୟରୁ ୭,୯୬୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିଥିବାରୁ ଭୋଟିଂ ହାର ୬୩.୪୧ ରହିଥିବା ଜଣାଯାଇଛି । ଅନ୍ଯପକ୍ଷରେ ବୁଗୁଡା ବ୍ଲକର ୨୧ଟ ପଞ୍ଚାୟତରେ ରହିଥିବା ୧୦୯ଟି ମତଦାନ କେନ୍ଦ୍ରର କେତୋଟି ସ୍ଥାନରେ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିବାରୁ ଭୋଟିଂ ହାର ପ୍ରକାଶ ହୋଇପାରି ନଥିବା ଜଣାଯାଇଛି । ତେବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପୋଲିସ୍ ମୁତୟନ ଯୋଗୁଁ କାଁ ଭାଁ କିଛି ପୁଲିଂ ବୁଥରେ ସାମାନ୍ୟ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ବେଳେ ସର୍ବୋପରି ବୁଗୁଡା ଅଞ୍ଚଳରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।