September 29, 2024

କୁଜଙ୍ଗ ରେ ବିଜେଡି ବିଶାଳ ସମାବେଶ, ଗୋଟିଏ ମଞ୍ଚରେ ଏକାଠି ହେଲେ ହେବି ଓୟଟ୍ ନେତା ….

Share

ଷଷ୍ଠ ଥର ନବିନ ଏଥର ଗୀତାଞ୍ଜଳୀ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ସମାବେଶ କୁଜଙ୍ଗ ବ୍ଲକ ପଡ଼ିଆରେ କୁଜଙ୍ଗ ବ୍ଲକ୍ ବିଜେଡି ପ୍ରଚାର କମିଟି ଅଧକ୍ଷ ରଘୁନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାବେଶରେ ଦଳୀୟ କର୍ମୀ ଙ୍କ ମନରେ ଥିବା ମତାନ୍ତର ମନାନ୍ତର କୁ ଭୁଲି ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟିକା ଓ ସାଂସଦ ପ୍ରାର୍ଥୀନୀ ଙ୍କୁ ଯୋଡ଼ା ଶଙ୍ଖ ରେ ଭୋଟ ଦେଇ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ନିବେଦନ କରିଥିଲେ। କୁଜଙ୍ଗ ସରପଂଚ ବନ୍ଦିତା ଦାସ ଙ୍କ ନେତୃତରେ ସହ ସହ ମହିଳା ଓ ଯୁବ ଦଳୀୟ କର୍ମୀ ଙ୍କୁ ନେଇ ଏକ ବିଶାଳ ପଟୁଆରରେ ପଦଯାତ୍ରାରେ ଆସି ସଭା ନିକଟର ପହଞ୍ଚିଥିବା ବଳେ ପାରାଦୀପ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ, ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ, ବିଜେଡି ନେତା ଚିରଞ୍ଜିବି ବିଶ୍ବାଳ ଙ୍କ ସମେତ ହଜର ହଜାର ବିଜେଡି କର୍ମୀ ଙ୍କୁ ନେଇ ବାଜା ,ବାଣ ସହ ବିଶାଳ ଶୋଭାଯାତ୍ରାରେ ଆସି ମଞ୍ଚରେ ପହଞ୍ଚିଥିଲେ। ଏହି ସଭାରେ ହଜାର ହଜାର ବିଜେଡି ମହିଳା, ମୂରବୀ ଓ ଯୁବ ବିଜେଡି କର୍ମୀ ଙ୍କୁ ଦେଖିବାକୁ ମିଳିଥିବା ବେଳେ ସଭାରେ ରାଜ୍ୟ ଉପ-ସଭାପତି ଡାକ୍ତର କୁଳମଣୀ ସାମଲ, ସାଧାରଣ ସଂପାଦକ ପ୍ରମୋଦ ଜେନା ଶ୍ରମିକ ନେତା ଅରିନ୍ଦମ ସାର୍ଖେଲ, ସନ୍ତୋଷ ପଟ୍ଟନାୟକ, ଗୋଲେଖ ଚନ୍ଦ୍ର ନାୟକ, ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରି ସଭାପତି ମୋନିଦିପା ସାର୍ଖେଲ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ ସମେତ ବିଜେଡି ର ଆଗ ଧାଡିର ହେବୀ ଓୟଟ୍ ନେତା ଯୋଗ ଦେଇ ସାଂସଦ ଓ ବିଧାୟିକା ପ୍ରାର୍ଥୀନୀ ଙ୍କୁ ଯୋଡ଼ା ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବକୁ ନିବେଦନ କରିଥିଲେ। କୁଜଙ୍ଗ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଅରୁପ୍ରସାଦ ମହାନ୍ତି , କବି ରଞ୍ଜନ ବେହେରା , ଚିରଞ୍ଜିବୀ ନାୟକ , ପ୍ରଭାସ ଦାସ, ସୁଧାଂଶୁ ବେହେରା, ଅରୁଣ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )