June 29, 2024

ରାୟପୁର ଠାରେ ଗଠିତ ହେଲା ଛତିଶଗଡ଼-ପଶ୍ଚିମ ଓଡିଶା ସାଂସ୍କୃତିକ ସଂସ୍ଥାନ (ସିପିସି)।ଏହି ବୈଠକରେ ସାଂସ୍କୃତିକ ବିଭବ ଓ ପଶ୍ଚିମ ଓଡିଶା ଛତିଶଗଡ଼ ମଧ୍ୟରେ ସମ୍ମନ୍ୱୟ ବହୂମୁଖି ଯୋଜନା କାର୍ଯ୍ୟକାରୀ କରାଇ ସଂପର୍କର ସେତୁ ଗଠନ କରାଯିବାକୁ ପ୍ରସ୍ତାବ ନିଆଯାଇଛି

Share

                                ରାୟପୁର::ରାୟପୁର ଠାରେ ଗଠିତ ହେଲା ଛତିଶଗଡ଼-ପଶ୍ଚିମ ଓଡିଶା ସାଂସ୍କୃତିକ ସଂସ୍ଥାନ (ସିପିସି)।ଏହି ବୈଠକରେ ସାଂସ୍କୃତିକ ବିଭବ ଓ ପଶ୍ଚିମ ଓଡିଶା ଛତିଶଗଡ଼ ମଧ୍ୟରେ ସମ୍ମନ୍ୱୟ ବହୂମୁଖି ଯୋଜନା କାର୍ଯ୍ୟକାରୀ କରାଇ ସଂପର୍କର ସେତୁ ଗଠନ କରାଯିବାକୁ ପ୍ରସ୍ତାବ ନିଆଯାଇଛି।

ଆଗାମୀ ଦିନରେ ଛତିଶଗଡ଼ର ପ୍ରତିନିଧି ଦଳ ସମ୍ବଲପୁର ଆସି ଏଭଳି ଯୋଜନାକୁ କାର୍ଯ୍ୟକାରୀ କରାବା ଦିଗରେ ପଦକ୍ଷେପ ନେବେ।ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ରାୟପୁର ର ରାଜା ଭବନରେ ଭେଟି ପଶ୍ଚିମାଞ୍ଚଳର ଏକ ପ୍ରତିନିଧି ଦଳ ଏଭଳି ପ୍ରସ୍ଥାବ ରଖିଛନ୍ତି।
ଛତିଶଗଡ଼ ଯାତ୍ରୀଙ୍କ ପାଇଁ ସମ୍ବଲପୁର ର ସମଲେଇ ମନ୍ଦିର ଓ ପାଇକମାଳର ନରସିଂହ୍‌ନାଥ ଠାରେ ନିକଟରେ ‘ଛତିଶଗଡ଼ ଭବନ’,ରାୟପୁର ଠାରେ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ବହୁବିଧ ସୁବିଧା ପାଇଁ ‘ପଶ୍ଚିମାଞ୍ଚଳ ଭବନ’,କରାଯିବାକୁ ପ୍ରସ୍ତାବ ରଖାଯାଇଛି।

ଲୋକମତକୁ ରାଜନୀତି ବିଭାଜନ କରିପାରେ ମାତ୍ର ଲୋକ ଚରିତ୍ରକୁ ସଂସ୍କୃତି ଯୋଡ଼ି ରଖେ ଏଭଳି ବିଶ୍ୱାସ ରଖି ଉଭୟ ପ୍ରତିନିଧି ଦଳ ସମସ୍ବରରେ ଏକତା ଓ ସଂହତିର ବାର୍ତ୍ତା ଦେଇଛନ୍ତି।ଏପରିକି ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ବିଭାଜିତ କରାନଯାଉ ବୋଲି କଳାକାରଙ୍କ ମିଳିତ ସ୍ବର ନୂତନ ଦିଶା ଦେଇଥିବା ବେଳେ
ରାୟପୁର୍‌ଠାରେ ଥିବା ସମଲେଶ୍ବରୀ ମନ୍ଦିରକୁ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବାକୁ ପ୍ରସ୍ତାବ ନିଆଯାଇଛି।

ମିଳିଥିବା ସୁିଚନା ମତେ ୧୮ ମେ’ ଦିନ ସମ୍ବଲପୁରର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ରାୟପୁର ଯାଇ ଛତିଶଗଡ଼ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ସହ ଭାବ ବିମର୍ଷର ସମ୍ପାନରେ ମିଳିତ ହୋଇ ବହୂମୁଖୀ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । ରାୟପୁର ବୃନ୍ଦାବନ ହଲ୍‌ ଠାରେ ଆୟୋଜିତ ଏହି ମିଳିତ ଆଲୋଚନା ସଭାରେ ଏହି ପ୍ରତିନିଧି ମଣ୍ଡଳରେ ପଦ୍ମଶ୍ରୀ ହଲଧର ନାଗ, ଆଈଆଈଏମ ସମ୍ବଲପୁରର ଡାଇରେକ୍ଟର ପ୍ରୋ.ମାହଦେଓ ପ୍ରସାଦ ଜୟଶ୍ବାଲ,ବରହମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ,ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ବିଭାଗ ତଥା ରେଲୱେ ବୋର୍ଡ ର ସଦସ୍ୟ ଡ଼.ଦିଲ୍ଲୀପ ବେହେରା, ଗାୟତ୍ରୀ ଗୃପ ଅଫ୍‌ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ଓ ମାଲିକ ଶିବନାରାୟଣ ଶତପଥି, ଭୂତପୂର୍ବ ଆଦିବାସୀ ଓ ଜନ ଜାତି ସ୍କୁଲ ସମୂହର ପ୍ରାନ୍ତିୟ ନିରୀକ୍ଷକ ଭକ୍ତ ପ୍ରସାଦ ନନ୍ଦ,ଓଡିଶା ମୁକ୍ତ ବିଶ୍ଵ ବିଦ୍ୟାଳୟର ସହାୟକ ସଚିବ ତଥା କବି,ଲେଖକ ଡ଼.ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ହିଣ୍ଡାଲ୍ କୋ କମ୍ପାନୀର ପୂର୍ବତନ ଯୁଗ୍ମ ସଭାପତି ଇଂ.ସୁଶାନ୍ତ ଗୁରୁ, ଏଫସିଆଇ ର ପୂର୍ବତନ ଜେନରେଲ ମେନଜର ଜିତେନ୍ଦ୍ରିୟ ସେଠ,ପୂର୍ବତନ ଓଡିଶା ଅର୍ଥ ବିଭାଗର ବରିଷ୍ଠ ପ୍ରଶାସିକା ଶ୍ରୀମତୀ ପାର୍ବତୀ ସେଠ,ବରିଷ୍ଠ ସମ୍ପାଦକ,ସାମ୍ବାଦିକ,କବି ,ଅନୁବାଦକ ଶିବ ପ୍ରସାଦ ମେହେର,ପ୍ରଖ୍ୟାତ ସଂଚାର କଳା ଗୁରୁ ଦୁଃଖନାଶନ ବେହେରା,ଓଡିଶା ବିଦ୍ୟୁତ ବିଭାଗର ପୂର୍ବତନ ସୁପରିଟେଣ୍ଡିଙ୍ଗ ଯନ୍ତ୍ରୀ ଇଂ ସତ୍ୟ ରଞ୍ଜନ ମହାପାତ୍ର,,ସମ୍ବଲପୁରୀ ସଙ୍ଗୀତ ସଂଯୋଜକ ଓ ନୃତ୍ୟ ନିର୍ଦ୍ଧେଶକ ଗୁରୁ ଦୁର୍ଗା ପ୍ରସାଦ ଦାଶ,ସର୍ବ ଭାରତୀୟ ବେଦାନ୍ତି ପରିଷଦ ର ପ୍ରବକ୍ତା ,ଜ୍ୟୋତିର୍ବିଦ ସାଧକଶ୍ରୀ ସଦାନନ୍ଦ ପଣ୍ଡା,ସମ୍ବଲପୁରୀ ଓ ପଶ୍ଚିମାଞ୍ଚଳୀୟ ଲୋକଗୀତନୃତ୍ୟବାଦ୍ୟ ଗବେଷକ,ସାମାଜିକ କର୍ତ୍ତା ଡ଼.ସପନ ମିଶ୍ର, ସମ୍ବଲପୁରୀ ସିନେମା ‘ଶଲାବୁଢା’ ଓ ଆଲବମ ଜଗତର ଅଭିନେତ୍ରୀ ରୋଜୀ ଷଡଙ୍ଗୀ/ସଞ୍ଜୁକ୍ତା ମିଶ୍ର, ସମ୍ବଲପୁରୀ ନୃତ୍ୟ ଓ ନାଟକ ନିର୍ଦ୍ଦେଶକ ସରୋଜ ମେହେର, ନୃତ୍ୟାଙ୍ଗନା ଜ୍ଯୋତି ମୁଣ୍ଡା(ମେହେର),ନୃତ୍ୟାଙ୍ଗନା ସୁଚରିତା ଦାସ,ବାଦ୍ୟକାର୍‌ ମଧୁସୂଦନ ଗର୍ଡିଆ,ଭକ୍ତ ସୁନା,ଗଜିନ୍ଦ୍ର ଓ ଅନ୍ୟମାନେ ଭାଗ ନେଇଛନ୍ତି। ଛତିଶଗଡ଼ ସାଂସ୍କୃତିକ ଦଳରେ ଗୁରୁମା ପ୍ରଭା ଯୋଶୀ,ଗୂରୁମା ଗାରିମା ଶର୍ମା,ଜିଇଉଆରଇଉଜେଆଇ ଦୁଷ୍ମନ୍ତ କୁମାର ଦୁବେ,ତମ୍ମନା,ରାଗିଣୀ,’ପଇରୀ କି ଧର’ ଲୋକ କଲା ସମିତି’ ଚାଙ୍ଗୋ ରଭଗା ,ରାୟପୁର ର ଇନ୍ଦ୍ରକୁମାର, ରୋହିତ,ଲକ୍ଷ୍ମୀ,ପ୍ରମୁଖ ଲାସ୍ୟମୟୀ ଛତିଶଗଡି ନୃତ୍ୟ ପ୍ରଦର୍ଶନ କରିଥିଲେ। ଗୁରୁ ଦୁଖନାଶନ ବେହେରା ‘ସଂଚାର’ ନୃତ୍ଯ ଦେଖାଇ ବୁଝାଇ ଥିଲେ।
ଛତିଶଗଡ ପ୍ରତିନିଧି ମଣ୍ଡଳରେ ଯୋଗ ଦେଇଥିଲେ ପଣ୍ଡିତ ରବିଶଙ୍କର ବିଶ୍ବବିଦ୍ୟାଳର ଇଂରାଜୀ ବିଭାଗୀୟ ପୂର୍ବତନ ମୂଖ୍ୟ ପ୍ରୋ.ଚିତ୍ତରଞ୍ଜନ କର ,ପ୍ରଖ୍ୟାତ ସୂଫି ଗାୟକ ପଦ୍ମଶ୍ରୀ ଭାରତୀ ବନ୍ଧୁ,ଛତିଶଗଡ଼ ସରକାରଙ୍କର ଆଦିବାସୀ ଓ ଜନଜାତିୟ ଭାଷାର ଉପଦେଷ୍ଟା , ୟୁନେସ୍କୋ ସମ୍ମାନିତ ଡ଼.ମହେନ୍ଦ୍ର ମିଶ୍ର,ରାଜ କୁମାର କଲେଜ ରାୟପୁର ର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର,ବିଶ୍ଵ ବ୍ରାହ୍ମଣ ଫେଡରେଶନ ର ଉପ-ସଭାପତି ଶ୍ରୀଯୁକ୍ତ ଗୁଣନିଧି ମିଶ୍ର,ଛତିଶଗଡ଼ ସରକାରଙ୍କର ଏସସିଇଆରଟି ବିଭାଗର ବର୍ତ୍ତମାନର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଜୟପ୍ରକାଶ ରଥ ,ରାୟପୁର ଓ ସମ୍ବଲପୁର ବିଶ୍ଵ ବିଦ୍ୟାଳର ପୂର୍ବତନ ସମାଜତତ୍ତ୍ବ ବିଭଗର ମୂଖ୍ୟ ପ୍ରୋ.ସାହେବଲାଲ ଶ୍ରୀବାସ୍ତବ, ରାୟପୁରର ବରିଷ୍ଠ ଆଇନଜୀବୀ ଶ୍ରୀମତୀ ନିବେଦିତା ମିଶ୍ର,ପ୍ରସିଦ୍ଧ ତବଲା ବାଦକ ଅଶୋକ କୂର୍ମ,ରାଜ କୁମାର କଲେଜ ର ସଙ୍ଗୀତ ପ୍ରଶିକ୍ଷକ ସୁଧୀର ପଣ୍ଡିତ,ପ୍ରସିଦ୍ଧ ମଞ୍ଚ କଳାକାର ରଞ୍ଜନ ମୋଦକ,ପ୍ରସିଦ୍ଧ ଭାୟୋଲିନ ବାଦକ ଡ଼.କେ.ରୋହନ ନାଇଡୁ,ତବଲା ବାଦକ ସଂଜୟ ଗିରେ,ନାବାର୍ଡର ପୂର୍ବତନ ଏଜିଏମ୍‌ ରମେଶ ଚନ୍ଦ୍ର ରଥ,ମୋଡ଼େଲିଂ କମିଟିର ପ୍ରେମ୍‌ କୁମାର୍‌ ମିଶ୍ର,ଛତିଶଗଡ଼ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭରତ ବେହେରା,ପୂର୍ବତନ ରେଜିଷ୍ଟ୍ରାର୍‌ ସି. ଏଲ୍‌. ଦୁବେ,ଏନ୍‌ଏସ୍‌ସିବି କଲେଜର୍‌ ପୂର୍ବତନ ଅଧ୍ୟକ୍ଷ ସୟଦ୍‌ ଏସ୍‌. ଜୀ. ରବାନୀ ଓ ଅନ୍ୟମାନେ।
ଛତିଶଗଡ ପ୍ରତିନିଧି ମଣ୍ଡଳରେ ଯୋଗ ଦେଇଥିଲେ ପଣ୍ଡିତ ରବିଶଙ୍କର ବିଶ୍ବବିଦ୍ୟାଳର ଇଂରାଜୀ ବିଭାଗୀୟ ପୂର୍ବତନ ମୂଖ୍ୟ ପ୍ରୋ.ଚିତ୍ତରଞ୍ଜନ କର ,ପ୍ରଖ୍ୟାତ ସୂଫି ଗାୟକ ପଦ୍ମଶ୍ରୀ ଭାରତୀ ବନ୍ଧୁ,ଛତିଶଗଡ଼ ସରକାରଙ୍କର ଆଦିବାସୀ ଓ ଜନଜାତିୟ ଭାଷାର ଉପଦେଷ୍ଟା , ୟୁନେସ୍କୋ ସମ୍ମାନିତ ଡ଼.ମହେନ୍ଦ୍ର ମିଶ୍ର,ରାଜ କୁମାର କଲେଜ ରାୟପୁର ର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର,ବିଶ୍ଵ ବ୍ରାହ୍ମଣ ଫେଡରେଶନ ର ଉପ-ସଭାପତି ଶ୍ରୀଯୁକ୍ତ ଗୁଣନିଧି ମିଶ୍ର,ଛତିଶଗଡ଼ ସରକାରଙ୍କର ଏସସିଇଆରଟି ବିଭାଗର ବର୍ତ୍ତମାନର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଜୟପ୍ରକାଶ ରଥ ,ରାୟପୁର ଓ ସମ୍ବଲପୁର ବିଶ୍ଵ ବିଦ୍ୟାଳର ପୂର୍ବତନ ସମାଜତତ୍ତ୍ବ ବିଭଗର ମୂଖ୍ୟ ପ୍ରୋ.ସାହେବଲାଲ ଶ୍ରୀବାସ୍ତବ, ରାୟପୁରର ବରିଷ୍ଠ ଆଇନଜୀବୀ ଶ୍ରୀମତୀ ନିବେଦିତା ମିଶ୍ର,ପ୍ରସିଦ୍ଧ ତବଲା ବାଦକ ଅଶୋକ କୂର୍ମ,ରାଜ କୁମାର କଲେଜ ର ସଙ୍ଗୀତ ପ୍ରଶିକ୍ଷକ ସୁଧୀର ପଣ୍ଡିତ,ପ୍ରସିଦ୍ଧ ମଞ୍ଚ କଳାକାର ରଞ୍ଜନ ମୋଦକ,ପ୍ରସିଦ୍ଧ ଭାୟୋଲିନ ବାଦକ ଡ଼.କେ.ରୋହନ ନାଇଡୁ,ତବଲା ବାଦକ ସଂଜୟ ଗିରେ,ନାବାର୍ଡର ପୂର୍ବତନ ଏଜିଏମ୍‌ ରମେଶ ଚନ୍ଦ୍ର ରଥ,ମୋଡ଼େଲିଂ କମିଟୀର ପ୍ରେମ୍‌ କୁମାର୍‌ ମିଶ୍ର,ଛତିଶଗଡ଼ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭରତ ବେହେରା,ପୂର୍ବତନ ରେଜିଷ୍ଟ୍ରାର୍‌ ସି. ଏଲ୍‌. ଦୁବେ,ଏନ୍‌ଏସ୍‌ସିବି କଲେଜର୍‌ ପୂର୍ବତନ ଅଧ୍ୟକ୍ଷ ସୟଦ୍‌ ଏସ୍‌. ଜୀ. ରବାନୀ ଓ ଅନ୍ୟମାନେ।

ପ୍ରଥମେ ମଞ୍ଚରେ ମା ସରସ୍ଵତୀ ଓ ମା ସମଲେଶ୍ଵରୀ ଙ୍କର ପ୍ରତିକୃତି ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ପ୍ରାରମ୍ଭିକ ପୂଜା କରା ଯାଇ ଥିଲା। ପଦ୍ମଶ୍ରୀ ହଲଧର ନାଗ ଦେବୀ ବନ୍ଦନା ଗାନ କରିଥିଲେ। ଛତିଶଗଡ଼ ତରଫରୁ ସଞ୍ଜୟ ମିଶ୍ର ଓ ପଶ୍ଚିମାଞ୍ଚଳ ପକ୍ଷରୁ ଡ.ସପନ ମିଶ୍ର ସଦସ୍ୟ ମାନଙ୍କ ପରିଚୟ କରାଇ ମଞ୍ଚରେ ବସାଇ ଥିଲେ। ରାୟପୁରର ଆଇନ ଜୀବୀ ନିବେଦିତା ମିଶ୍ର ସମସ୍ତଙ୍କୁ ସହାୟତା କରିଥିଲେ। ମଞ୍ଚରେ ସମସ୍ତ ସଦସ୍ଯଙ୍କୁ ଆପୋଷି ଭାବେ ‘ମେମେଣ୍ଟୋ’ ପ୍ରଦାନ କରା ଯାଇ ଥିଲା। ଡ.ସପନ ମିଶ୍ର ସମ୍ପାନର ଭିତ୍ତିକଥା ଉପସ୍ଥାପନ କରିଥିଲେ। ସଞ୍ଜୟ ମିଶ୍ର ଛତିଶଗଡ଼ ଓ ପଶ୍ଚିମାଞ୍ଚଳର ଗଭୀର ସମ୍ବନ୍ଧ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେଇ ଥିଲେ। ପରେ ପରେ ସମସ୍ତ ସଦସ୍ୟ ନିଜନିଜ ମତ ଦେଇଥିଲେ । ଆଲୋଚନା ଶେଷରେ ‘ସିପିସି’ ଛତିଶଗଡ଼-ପଶ୍ଚିମ ଓଡିଶା ସାଂସ୍କୃତିକ ସଂସ୍ଥାନ ଗଠନ ଓ ଅନ୍ୟନ୍ୟ ପ୍ରସ୍ତାବକୁ କାର୍ଯ୍ଯକାରୀ କରିବାକୁ ଉଭୟ ପକ୍ଷର ତିନି ଜଣଙ୍କୁ ନେଇ କମିଟୀରେ ସବିଶେଷ ବିଷୟ ନିଧାର୍ଯ୍ୟ କରାଯିବ। ଆଗାମୀ ଦିନରେ ସଂସ୍ଥାର ପୂର୍ଣାଙ୍ଗ ରୂପରେଖ ପାଇଁ ଉଭୟ ପକ୍ଷରୁ ତିନିଜଣଙ୍କୁ ନେଇ ଏକ କମିଟୀରେ ଅନ୍ୟ ‘ସମ୍ବିଧାନ’ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ଉଭୟ ରାଏପୁର ଓ ସମ୍ବଲ୍‌ପୁରଠାରା ରେଜିଷ୍ଟ୍ରୀଭୂକ୍ତ ଭାବି ଏହି ‘ସିପିସି’ ଆପୋଷି ବିଚାରରେ ଗୃହିତ ସମସ୍ତ ଲକ୍ଷ୍ୟ-ଆଭିମୂଖ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ବୟନ କରିବ। ଆଲୋଚନା ସଂପାନ ପରେ ମଂଚରେ ସମ୍ବଲ୍‌ପୁରୀ ଓ ଛତିଶଗଡ଼ି ନୃତ୍ୟ ଶେଷରେ ମିଳିତ ଭାବରେ ଉଭୟ କଳାକାରମାନେ ସମ୍ବଲ୍‌ପୁରୀ ବାଦ୍ୟ ତାଳରେ ବିହ୍ବୋର୍‌ ହୋଇ ନୃତ୍ୟ କରି ସଦସ୍ୟମାନଙ୍କୁ ମଧ୍ୟ ନଚେଇ ଦେଇଥିଲେ।ଡ଼. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଓ ଶିବପ୍ରସାଦ ମେହେରଙ୍କ ମିଳିତ କୃତଜ୍ଞତା ଜ୍ଞାପନ ପୂର୍ବକ ସଭା ସମାପ୍ତ ହୋଇଥିଲା। ରାତ୍ରୀ ଭୋଜନରେ ସମ୍ବଲପୁରର ପ୍ରତିନିଧି ମଣ୍ଡଳ ନେଇ ଥିବା ‘ସର୍‌ସତିଆ’ ମିଠା ଛତିଶଗଡ଼ି ମଣ୍ଡଳର ସଦସ୍ୟଙ୍କୁ ପରିବେଷଣ କରାଯାଇଥିଲା।

ସମ୍ବଲପୁର୍‌ରୁ ପ୍ରତିନିଧି ମଣ୍ଡଳ ପ୍ରଥମେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାପାଠ କରି ପ୍ରାତ କାଳରୁ ବାହାରି ଥିଲେ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ପହଂଚି ସେଠାକାର ସମଲେଶ୍ବରୀ ମନ୍ଦିରକୁ ଯାଇ ବୁଲି ଦେଖିଥିଲେ। ଅପରାହ୍ନରେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ପ୍ରାୟ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ କାଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେମଧ୍ୟରେ ଛତିଶଗଡ଼ର ଯାତ୍ରୀଙ୍କ ସୁବିଧା ପାଇଁ ସମ୍ବଲ୍‌ପୁରର ସମଲେଇ ମନ୍ଦିର ଓ ପାଇକ୍‌ମାଳର ନରସିଂ ନାଥ ମନ୍ଦିରର ନିକଟରେ ‘ଛତିଶଗଡ଼ ଭବନ’ ନିର୍ମାଣ, ପଶ୍ଚିମାଂଚଳର ଲୋକଙ୍କ ପାଇଁ ରାୟପୁର୍‌ ଠାରେ ‘ପଶ୍ଚିମାଂଚଳ’ ଭବନ ନିର୍ମାଣ, ଛତିଶଗଡ଼ି ଓ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ଓ ସରକାରୀ ସ୍ବୀକୃତି ପାଇଁ ମିଳିତ ପ୍ରୟାସ,ସମ୍ବଲପୁରୀ ନୃତ୍ୟଗୀତବାଦ୍ୟ ପାଇଁ ମହା ବିଦ୍ୟାଳୟ ସ୍ଥାପନା,ଛତିଶଗଡ଼ର୍‌ ସମ୍ବଲ୍‌ପୁରୀ ଭାଷାଭାଷୀଙ୍କ ପାଇଁ ସମ୍ବଲପୁରୀ ପୁସ୍ତକ ପ୍ରଚଳନ,ପାରସ୍ପରିକ ସାଂସ୍କୃତିକ ଆଦାନ ପ୍ରଦାନ,ସମ୍ବଲପୁରୀ ବସ୍ତ୍ର ପାଇଁ ଛତିଶଗଡ଼ରେ ବଜାର ବ୍ୟବସ୍ଥା,ମହାନଦୀର ଅବବାହିକାର ଅଧିବାସୀଙ୍କ ପାଇଁ ମହାନଦୀ ପାଣିର ମୌଳିକ ଅଧିକାରର ସୁରକ୍ଷା,ଛତିଶଗଡ଼ ଅଂଚଳରେ ଥିବା ସମସ୍ତ ସମଲେଇ ମନ୍ଦିରର ଜୀର୍ଣୋଦ୍ଧାର ଓ ଗମନାଗମନର ଅଧିକ ସୁବିଧା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସହଯୋଗ ବିଷୟରେ ଆଲୋଚନା ଶେଷରେ ରାଜ୍ୟପାଳ ବିଶ୍ୱ ଭୂଷଣ ଆସନ୍ତା ନିର୍ବାଚନ ଉପରାନ୍ତୀ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ(ଡା.ରାଜାରାମ ଷଡଙ୍ଗୀ)