May 15, 2025

୨୪ରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା ।

Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ଟଙ୍କା । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା । ୧ ଲକ୍ଷ ୭୦ ହଜାର ପାଇବେ ୨ଟି କିସ୍ତିର ଟଙ୍କା ଅର୍ଥାତ ଦୁଇଟି କିସ୍ତିର ଟଙ୍କା ୫-୫ ହଜାର୧୦ ହଜାର ଟଙ୍କା ପାଇବେ ଏହି

ମହିଳା ।

ପ୍ରଭାତୀଙ୍କ ଏହି ଘୋଷଣା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମାର୍ଚ୍ଚରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ପୁଣି ଥରେ ଏହି ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।