ବ୍ରହ୍ମପୁର ବିଶ୍ଵିଦ୍ୟାଳୟ, ବାଣିଜ୍ୟ ବିଭାଗର ବାର୍ଷିକ ଉତ୍ସବ ପାଳନ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୭ତମ ବାର୍ଷିକ ଉତ୍ସବ “କମ୍ଔରା -୨୦୨୩” ପାଳନ ହୋଇଯାଇଛି। ଏହି ଉତ୍ସବ ୨ଦିନ ଧରି (୧୮-୧୯ ଅପ୍ରେଲ,୨୦୨୩) ହୋଇଥିଲା ।
ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଗାନ ଓ ଦ୍ବିପାଗ୍ନୀ ସଂଯୋଗୀକରଣ ମାଧ୍ୟମରେ ହୋଇଥିଲା। ପ୍ରଥମ ଦିନରେ ସଭାରେ ବିଭାଗର ପୂର୍ବତନ ଅଧ୍ୟାପକ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଗଙ୍ଗା ପ୍ରସାଦପଣ୍ଡା ସ୍ମରକି ବକ୍ତୃତା ଦେଇଥିଲେ ତଦ୍ପରେ ବିଭାଗର ପୂର୍ବତନ ଅଧ୍ୟାପକ ପ୍ରଫେସର ରୁଦ୍ର ପ୍ରସନ୍ନ ମହାପାତ୍ର, ପ୍ରଫେସର ଗୈାରୀଶଙ୍କର ଲାଲ୍, ବିଭାଗର ପ୍ରମୁଖ ଲବ୍ଧ ପ୍ରତିଷ୍ଠ ବକ୍ତା ଗଣ ସ୍ବର୍ଗତ ଅଧ୍ୟାପକ ଗଙ୍ଗା ପ୍ରସାଦ ପଣ୍ଡାଙ୍କ ସୁସ୍ଥ ଜୀବନୀ ଶୈଳୀ ,କାର୍ଯ୍ୟ ଦକ୍ଷତା, ବିଭାଗ ପ୍ରତି ତାଙ୍କର ଅବଦାନ ଏବଂ ବ୍ୟକ୍ତିଗତ ଓ ସାମାଜିକ ସ୍ତରର ସୁନ୍ଦର ହୃଦୟର ମଣିଷ ଥିଲେ ତାହା ଆଲୋକପାତ କରିଥିଲେ। ଆଲୋଚନା ସଭାର ସାଙ୍ଗ ପରେ ବିଭିନ୍ନ ପ୍ରତିଯୋଗିତା ଯଥା ବିଜିନେସ କୁଇଜ୍, ବିଜ୍ ସ୍ପାର୍କ , ଆଡ୍ ମ୍ୟାଡ ସୋ, ଜଷ୍ଟ ଏ ମିନିଟ୍, ମ୍ୟାନେଜମେଣ୍ଟ ରେସ୍ ଇତ୍ୟାଦି ରେ ବାଣିଜ୍ୟ ବୈଷୟିକ ବିଭାଗର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଦ୍ଵିତୀୟ ଦିନର ଆରମ୍ଭ ପ୍ରଫେସର ପ୍ରମୋଦ କୁମାର ସାହୁ ସ୍ମାରକୀ ବକ୍ତୃତା ର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ HDFC ବ୍ୟାଙ୍କ୍ ମ୍ୟାନେଜର ଆର୍ ନିଗମ ମିଶ୍ର ଯୋଗଦେଇ ସ୍ମାରକୀ ବକ୍ତୃତା ରଖିଥିଲେ। ବିଭାଗର ପୂର୍ବତନ ଅଧ୍ୟାପକ, ପ୍ରଫେସର ସାହୁଙ୍କର ପରିବାର ବର୍ଗ ମଧ୍ୟ ଯୋଗ ଦେଇ ସାହୁ ସାର ଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ଏବଂ ଏହାପରେ ଉଦଯାପନୀ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅଥିତି ରୂପେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ମାନିତ ଅତିଥି ରୂପେ, ସ୍ନାତକୋତ୍ତର ବିଭାଗ ସମୂହ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ଏମ ସି ଏଲ୍ ର ମ୍ୟାନେଜର ଶ୍ରୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ। ଏହି ସଭାରେ ଚାଟାର୍ଡ ଆାକାଉଣ୍ଟାଣ୍ଟ ଭଗବାନ ପାଢ଼ୀ ଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ପୁରୁଷ ସମ୍ମାନ ଓ ଡାକ୍ତର ପି. ଭାରତୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ମହିଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସଭାରେ ବିଭାଗର ସମ୍ବାଦ ପତ୍ର ଓ ଏକ ପୁସ୍ତକର ଉନ୍ମଚନ ଅତିଥିଙ୍କର ଦ୍ଵାରା ହୋଇଥିଲା ଏଥି ସହିତ ବିଭାଗର କୃତି ଛାତ୍ର ଛାତ୍ରୀ ଓ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ବିଭାଗ ସଂଯୋଜକ ଡାକ୍ତର ମହେଶ୍ୱର ସେଠୀ ଙ୍କ ତତ୍ବାବଧାନରେ ରେ ସମ୍ପନ୍ନ ହୋଇଥିଲା ଏବଂ ବିଭାଗର ଶିକ୍ଷକ ଡାକ୍ତର ବି ଭେଙ୍କରେଶ୍ୱର ରାଓ, ଶକ୍ତି ରଂଜନ ଦାଶ, ଚନ୍ଦ୍ରିକା ପ୍ରସାଦ ଦାସ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।