ସି ୱାଇ ଏସ୍ ଡି ପ୍ରୟାସ ପ୍ରକଳ୍ପର 28 ତମ ଜନ୍ମ ବାର୍ଷିକୀ ଉତ୍ସବl
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ତା 20. 4 ବୈପାରୀଗୁଡ଼ା ବ୍ଲକ ସ୍ଥିତ ମୁଣ୍ଡାଗୁଡ଼ା ସି ୱାଇ ଏସ୍ ଡି ପ୍ରୟାସ ପ୍ରକଳ୍ପ ଗ୍ରାମୀଣ ଜୀବନ ଜୀବିକା ତାଲିମ କେନ୍ଦ୍ରରେ 28 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁର, ପ୍ରକଳ୍ପ ପ୍ରଶାସକ ଗୋପିନାଥ ସାରକା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଏକ୍ସପୋର୍ଟ କୋରାପୁଟ, ହେମନ୍ତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସି ଏଚ୍ ସାନ୍ତାକାର, ଏଫ୍ ଇ ଏସ୍ ସଂସ୍ଥା କୋରାପୁଟ ତପନ କୁମାର, ସବୁଜିମା ଉତ୍ପାଦକ କମ୍ପାନୀ ଅଧ୍ୟକ୍ଷା ମଣି ମାଝୀ, ପ୍ରମୂଖ ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମରେ ସି. ୱାଇ. ଏସ୍. ଡି. ଦକ୍ଷିଣାଞ୍ଚଳ ମୁଖ୍ୟ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ଵରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଏକ ଅଭିନବ ଉପାୟରେ ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର କୃଷି ଦିଗରେ କାର୍ଯ୍ୟ କରିବା ପାଇଁ ଗଛକୁ ସାକ୍ଷୀ ରଖି ସଂକଳ୍ପ ନେଇ ଶୁଭାରମ୍ଭ ହୋଇଥିଲା ଆଜିର କାର୍ଯ୍ୟକ୍ରମ l ଆୟୋଜିତ ବିହନ ସଂରକ୍ଷଣ ମେଳା ପରିଦର୍ଶନ କରି ମଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବା ପରେ ନିଜ ନିଜ ଆସନ୍ନ ଅଳଙ୍କୃତ କରିଥିଲେ ଅତିଥି l ଜଳବାୟୁ ପରିବର୍ତ୍ତନ ନିମନ୍ତେ ବ୍ୟସ୍ତ ବିବ୍ରତ ହୋଇ ନିଷ୍ପତ୍ତି ନ ନେଇ ମୂର୍ତ୍ତିକା ଓ ଜଳ ସଂରକ୍ଷଣ , ଦେଶୀ ବିହନର ଉପଯୋଗ ଓ ଜୈବିକ ଖତ ସାରର ବହୁଳ ବ୍ୟବହାର ଆଜିର ବଡ଼ ଆହ୍ଵାନ ବୋଲି ଅଭିଭାଷଣରେ ବହୁମୂଲ୍ୟ ମତ ରଖିଥିଲେ ମଞ୍ଚାସୀନ ଅତିଥି l ଅଭିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷୀ ମାନଙ୍କ ଦ୍ଵାରା ସଂଗ୍ରହ କରାଯାଇଥିବା ଏକ ଶହରୁ ଊର୍ଦ୍ଧ୍ୱ ଦେଶୀ ବିହନ ପ୍ରଦର୍ଶନ କରାଯାଇଥିଲା l ବିହନ ମେଳା ପରିସରରେ ବୈପାରୀଗୁଡ଼ା ବ୍ଲକ ପଢ଼େଇଗୁଡ଼ା ରୁ ମା ବୀରଖମ୍ବ ଓ ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକରୁ ସତ୍ୟଶାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା କ୍ଷୁଦ୍ର ଶସ୍ୟରୁ ପ୍ରସ୍ତୁତ ହାତରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା l ଏହି ଅନୁଷ୍ଠାନ ର ଦିର୍ଘ 27 ବର୍ଷର ଯାତ୍ରାର ଅଭୁଲା ସ୍ମୃତିକୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସାଉଁଟି ଥିଲେ ସାମାଜ ସେବୀ
ଧନସାଇ ମାଣ୍ଡି, ମନୋହର କମାର, ରାଣୀ ଗରଡା, ଲକ୍ଷ୍ମୀ ଖିଲ ପ୍ରମୂଖ ଯାହା ଥିଲା ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟି l ପ୍ରକଳ୍ପ କର୍ମୀ ଆଶିଷ୍ କୁମାର ଜାଲି କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ news ଉପାନ୍ତ ଓଡ଼ିଶା l