November 16, 2024

ଋଷିକୁଲ୍ୟା ନଦୀରେ ଆପଦ ମିତ୍ର ସ୍ବେଛାସେବୀ ଙ୍କୁ ପ୍ରଶିକ୍ଷଣ

Share

ଋଷିକୁଲ୍ୟା ନଦୀରେ ଆପଦ ମିତ୍ର ସ୍ବେଛାସେବୀ ଙ୍କୁ ପ୍ରଶିକ୍ଷଣ

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ଦାମୋଦରପୁର ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଆପଦ ମିତ୍ର ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି l ଏନ ଡ଼ି ଏମ ଏ ପକ୍ଷରୁ ଓ ଏସ ଡ଼ି ଏମ ଏ ର ସହଯୋଗରେ ଏକ 12ଦିନିଆ 40ଜଣ ଯୁବକ ଯୁବତୀଙ୍କୁ ଏହି ଛତ୍ରପୁର ବି ପି ଆର ସି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଓଡ୍ରାପ, ଫାୟାର, ସିଭିଲ ଡ଼ିଫେନ୍ସ ତରଫରୁ ଶିଶିର କାନ୍ତ ସିଂ, କୈଳାସ ଚନ୍ଦ୍ର ସାହୁ, ନିର୍ମଳ ଚନ୍ଦ୍ର ବେହେରା, ସଞ୍ଜୀବ ବିଶୋଇ, ବି. ରମେଶ ଅମୁଲ୍ୟ ସାମର୍ଥା, ଏନ. ରାଜେନ୍ଦ୍ର ଦୋରା ବିଶ୍ୱ ରଞ୍ଜନ କୁଅଁର ପ୍ରମୁଖ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି l ଯେଉଁ ପ୍ରଶିକ୍ଷଣ ଦ୍ୱାରା ଯେକୌଣସି ଦୈବୀ ଦୃବିପାକ, ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ଭୂମିକମ୍ପ, ରୌଦ୍ରତାପ ଯାହାକି ଫାଷ୍ଟଏଡ଼ ଫାଷ୍ଟଏଡ଼, ଡିଜାଷ୍ଟର, ରେସକ୍ୟୁ, ଫାୟାର, ରଶି ସାହାଯ୍ୟରେ ଉଧାର କରିବା ଯେ କୌଣସି ସଂକ୍ରମଣ ସ୍ଥିତିରେ କିଭଳି ଗୋଷ୍ଟି ସ୍ତରରେ ସାହାଯ୍ୟ କରି ସ୍ୱାସ୍ଥ୍ୟ ବିଭାଗ ସହ ସମିଳିତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି l ଯେ କୌଣସି ଆଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ କିମ୍ବା ଗୋଷ୍ଟି ର ଜନତାଙ୍କୁ ପ୍ରାଥମିକ ସାହାୟତା ଦେବା ଓ ସେମାନଙ୍କୁ ବିପର୍ଯ୍ୟୟ ସ୍ଥାନରୁ ସଠିକ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରାଇବା ଭଳି କାର୍ଯ୍ୟ ମାନଙ୍କ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିବା ଜଣାଅପଡ଼ିଛି l

ଗଞ୍ଜାମ ଜିଲ୍ଲାରେ 15ଶହ ଯୁବ ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ ରଖାଯାଇଥିବା ସୂଚନା ରହିଛି l