ଋଷିକୁଲ୍ୟା ମୁହାଁଣ ରେ ଅଲିଭ ରିଡଲେ ପରେ ଶୋଭା ବାଡେ଼ଇଲେ ଡ଼ଲଫିନ
ଋଷିକୁଲ୍ୟା ମୁହାଁଣ ରେ ଅଲିଭ ରିଡଲେ ପରେ ଶୋଭା ବାଡେ଼ଇଲେ ଡ଼ଲଫିନ
—————–=———————
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ର ଋଷିକୁଲ୍ୟା ମୁହାଁଣ ରେ ମଙ୍ଗଳବାର ଡ଼ଲଫିନ ଦଳ ଦୃଶ୍ୟମାନ ହୋଇଛି l ପୂର୍ବାହ୍ନ ସମୟରେ ତୋନୋଟି ଦଳରେ ପ୍ରାୟ 15 ଗୋଟି ଡ଼ଲଫିନ ବଟେଶ୍ଵର ବେଳାଭୂମି ପଟରୁ ପୋଡ଼ାମପେଟା ଦେଇ ମୁହାଁଣ ଅଭିମୁଖେ ପ୍ରାୟ ଦେଢ଼ ଶହ ମିଟର ଦୂରତା ମଧ୍ୟରେ କ୍ରୀଡାରତ ହୋଇ ଯାଉଥିବା ଲକ୍ଷ କରାଯାଇଥିଲା l ଉକ୍ତ ସମୟରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ନିଜ କ୍ୟାମେରାରେ ଉକ୍ତ ଦୃଶ୍ୟ କଏଦ କରିଥିଲେ l
ଏନେଇ ଅଲିଭ ରିଡଲେ ପରି ଡ଼ଲଫିନ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ବନ ବିଭାଗ ତରଫରୁ ଦୃଷ୍ଟି ଦିଆଯାଉଥିବା ଡ଼ିଏଫଓ ସନି ଖୋଖର ପ୍ରକାଶ କରିଛନ୍ତି l ଏହା ବଟଲ ନୋଜ ପ୍ରଜାତିର ଡ଼ଲଫିନ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି l ଏହି ଡ଼ଲଫିନ ଓ ଅଲିଭ ରିଡଲେ ମାନଙ୍କ ସୁରକ୍ଷା ନେଇ ସ୍ଥାନୀୟ ମତ୍ସଜୀବୀ ମାନଙ୍କୁ ସଚେତନତା କରାଯାଉଥିବା ଖଲ୍ଲିକୋଟ ରେଞ୍ଜର ସୂଚନା ଦେଇଛନ୍ତି l
ଋଷିକୁଲ୍ୟା ମୁହାଁଣ ରେ ଅଲିଭ ରିଡଲେ ପରେ ଡ଼ଲଫିନ ଦୃଶ୍ୟମାନ ହୋଇଥିବା ଯୋଗୁଁ ପର୍ଯ୍ୟଟକ, ବନ ବିଭାଗ ଓ ପରିବେଶବିତ ମହଲରେ ଖୁସିର ଲହରି ଖେଳିଯାଇଛି l
ସୂଚନା ଥାଉକି ପ୍ରାୟ 5 ବର୍ଷ ତଳେ ଋଷିକୁଲ୍ୟା ମୁହାଁଣରେ ଡ଼ଲଫିନ ଗଣନା ବେଳେ ବନ ବିଭାଗ ପକ୍ଷରୁ 30 ରୁ ଉର୍ଦ୍ଧ ଡ଼ଲଫିନ ଦେଖିବାକୁ ପାଇଥିଲେ l ଅନେକ ଦିନପରେ ଏହି ଡଲଫିନ ଦେଖାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରି ଖେଳି ଯାଇଛି l