ଆଜିର ଖବର..
୧-କଟକ:ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ।
୨-ଭୁବନେଶ୍ୱର:୨୨ ଯାଏଁ ପିଜି ନାମଲେଖା ଆବେଦନ ଅବଧି ବୃଦ୍ଧି।ସାମସ୍ ପୋର୍ଟାଲ ହେବ ଆବେଦନ।
୩-କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ପାଇଁ ବିଜ୍ଞପ୍ତି, ଏପ୍ରିଲ ୨ ଯାଏଁ ଅନଲାଇନ୍ ଆବେଦନ। ଜୁନ୍ ୩୦ ସୁଦ୍ଧା ନାମଲେଖା ଶେଷ ହେବ।
୪-ୱାର୍ଲ୍ଡ ହାପିନେସ୍ ରିପୋର୍ଟ: ଫିନ୍ଲାଣ୍ଡ ସବୁଠୁ ଖୁସିର ଦେଶ।୧୧୬ ତମ ସ୍ଥାନରେ ରହିଛି ଭାରତ,୧୦୪ରେ ପାକିସ୍ତାନ,୯୯ରେ ଶ୍ରୀଲଙ୍କା ଓ ୧୨୭ ତମ ସ୍ଥାନରେରେ ରହିଛି ବାଂଲାଦେଶ।
୫-ରାଜ୍ୟର ନୂତନ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଦୁର୍ଗାମାଧବ ଶତପଥୀ।
୬-ଶନିବାର ରାଜ୍ୟରେ ପାଳନ ହେବ ଇଦୁ ଉଲ୍ ଫିତର, ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଘୋଷଣା।
୭-ଭୁବନେଶ୍ୱର:ହକ୍ ପାଇଁ ଲୋୟର ପିଏମଜିରେ ଗର୍ଜିଲେ ପାଚିକା; ୭ଦଫା ଦାବି ନେଇ ଅହୋରାତ୍ର ଧାରଣା।
୮-ନୂଆପଡାରେ ଅଛି ହୀରା ଖଣି,ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନାପଥର ଥିବା ସନ୍ଧାନ ମିଳିଛି ।
୯-ବାଲେଶ୍ବର, ସରବଣୀ ଗ୍ରାମର ଘଟଣା :ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ।
୧୦-ଆନନ୍ଦପୁର:ଧୁମ ଷ୍ଟାଇଲ ପଡ଼ିଲା ମହଙ୍ଗା, ବାଇକ ଚୋରକୁ ଧରାଇ ଦେଲା A ଲିଖିତ ଟି-ସାର୍ଟ।ଚୋରି ବାଇକରେ ଚୋରି ହୋଇଥିଲା ବାଇକ୍।
୧୧-ଗଞ୍ଜାମ, ସୋରଡ଼ା:ବୁଲେଟ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀ ବସ୍; ୩ ଜଣଙ୍କର ମୃତ୍ୟୁ।
୧୨-କାମାକ୍ଷାନଗର,ସାରୁଆଳି ଗାଁ:କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ।
୧୩-ମାଓ ପ୍ରଭାବିତ ଅଂଚଳର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, “ଗ୍ରାମୋଦୟ” ପଦକ୍ଷେପରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ।
୧୪-“ବ୍ୟକ୍ତି ନୁହେଁ, ଦଳ ବଡ଼”; ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ପିସିସି ସଭାପତି, କହିଲେ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ।
୧୫-ପଟ୍ଟାମୁଣ୍ଡାଇ:ଡାଲମା ହାଣ୍ଡିରେ ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଜଣ ଅସୁସ୍ଥ।
୧୬-ସୁନା ଓ ସେୟାର ବଜାରର ବେହାଲ ଅବସ୍ଥା: ମାର୍ଚ୍ଚ ମାସରେ ୧୮ ହଜାର ଟଙ୍କା କମିଲା ସୁନା ଦର।
୧୭-ଦେଶରେ ଚାକିରି ପାଇଁ ଲଢ଼ୁଛନ୍ତି ୪୦% ଶିକ୍ଷିତ ଗ୍ରାଜୁଏଟ୍; AI ଓ IT ଉପରେ ନିର୍ଭରଶୀଳ ଭାରତର ଅର୍ଥନୀତି, ସରକାର ଓ ଶିଳ୍ପ ପାଇଁ ବଡ଼ ଆହ୍ୱାନ।
୧୮-ଲଣ୍ଡନ ରାସ୍ତାରେ ପାନ ଛେପ ପକାଇ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ହଟହଟା: ୧,୭୨,୦୦ ଟଙ୍କା ଜରିମାନା ଦେଲେ।
୧୯-ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ, ୫୦ ଦେଶଙ୍କ ଲାଗି ବାଧ୍ୟତାମୂଳକ ହେଲା ଭିସା ବଣ୍ଡ।
୨୦-‘ସରକେ ଚୁନର୍ ତେରୀ ସରକେ’ ଗୀତରେ ଡ୍ୟାନ୍ସ କରି ଅଡ଼ୁଆରେ ନୋରା ଫତେହି, ଜାରି ହେଲା ଫତଓ୍ଵା।
୨୧-ନୂଆ ଦିଲ୍ଲୀ:ଡ୍ରୋନ୍ ନିର୍ମାଣରେ ବିଶ୍ୱସ୍ତରୀୟ ହବ୍ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ।
୨୨-ଇରାନକୁ ମାତ୍ର ୭ ଦିନରେ ଶେଷ କରିବାର ଦମ୍ଭୋକ୍ତି ବାଢ଼ିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ନିଜେ ବଡ଼ ବିପଦରେ । ଯୁଦ୍ଧ ଜିତିବା ତ ଦୂରର କଥା, ଏବେ ଏହି ଯୁଦ୍ଧରୁ ବାହାରିବା ପାଇଁ ଟ୍ରମ୍ପଙ୍କ ପାଖରେ କୌଣସି ରାସ୍ତା ନାହିଁ ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
ପଖାଳ ଦିବସର ଶୁଭେଚ୍ଛା ଓ ଶୁଭକାମନା 😃
