March 20, 2025

ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ବ୍ୟାଙ୍କ ଆଗରେ ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା l

Share

 

ପୁରୀ ସହରରେ ବଡଶଙ୍ଖ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବ୍ରାଞ୍ଚଟି ସିଂହଦ୍ୱାର ନିକଟ ମୁଖ୍ୟ ବ୍ରାଞ୍ଚ ନିକଟକୁ ସ୍ଥାନାନ୍ତରିତ ନେଇ ଏହି ବ୍ରାଞ୍ଚରୁ ସୁବିଧା ପାଉଥିବା ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ନାରା ଦେଉଛନ୍ତି l ବିଭିନ୍ନ ସ୍ଵେଛାସେବୀ ସଂଗଠନ, ବ୍ୟବସାୟୀ ସଂଗଠନ ଏହି ବ୍ରାଞ୍ଚ ସିଂହଦ୍ୱାର ନିକଟକୁ ଗଲେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଆଜିର ଏହି ଧାରଣାରେ ବଡଶଙ୍ଖ ମା ଶଙ୍ଖେଶ୍ବରୀ ବ୍ୟବସାୟୀ ସଂଘର ସଭାପତି ହରିହର ପାଢ଼ୀ, ସମ୍ପାଦକ ପ୍ରମୋଦ ଜେନା, ସୁଭଦ୍ରା ମହିଳା ମହାସଂଘ ର ସଭାନେତ୍ରୀ ସରୋଜିନୀ ନାୟକ, ଯୁବନେତା ବସନ୍ତ ପ୍ରଧାନ, ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ର ସଭାପତି ପ୍ରସନ୍ନ ଲେଙ୍କାଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବା ସହିତ ବ୍ୟାଙ୍କ ସ୍ଥାନାନ୍ତରିତ ହେଲେ ସମସ୍ତେ ନିଜ ନିଜର ଆକାଉଣ୍ଟ ବନ୍ଦ କରିବେ ବୋଲି ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ