May 28, 2025

ମୋହିଦିନ ପୁର ମାଧୋଗ୍ରାମରେ ଜଣେମହିଳା ଙ୍କ ସନ୍ଧେହ ଜନକ ମୃତ୍ୟୁ ଥାନାରେ ଅଭିଯୋଗ…

Share

 

ଜଗତସିଂହପୁର ଜିଲ୍ଲା ସଦର ତ୍ରିତୋଲ ଥାନା ଅଞ୍ଚଳର ବାରବାଟି କିରଣ୍ଟି ଗ୍ରାମର ରିୟାନା ବିବି ଙ୍କ ସାନଝିଅ କୁ ରିତିନିତି ଅନୁସାରେ ଜଗତସିଂହପୁର ଥାନା ଅଞ୍ଚଳର ମୌହିଦିନପୁର ମାଧୋ ଗ୍ରାମର ଆଫ୍ରିଦ ଖାନଙ୍କ ବଡପୁଅ କୁ ଏକ ବର୍ଷ ପୁର୍ବେ ବିଭାହ କରାଇଥିଲେ । ହେଲେ ବିଭାହ ପରେ ପରିବାର ବେସ ହସଖୁସିରେ ଚଳୁଥିବା ବେଳେ ଗତ ତିନିମାସ ହେବ ଘରଭିତରେ ଜଉତୁକ ନେଇ ସାସୁ ସସୁର ଓ ସ୍ବାମୀ ନିର୍ଜାତନା ଦେବା ସହିତ ଗାଳିଗୁଲଜ କରୁଥିବା ନେଇ ବିଭିନ୍ନ ଥର ଗ୍ରାମରେ ସମାଧାନ ହୋଇଥାଏ ।ଏପରି ସ୍ତରରେ ଗତ କାଲି ସନ୍ଧ୍ୟାରେ ରିୟାନା ବିବି ଙ୍କ ବିବିଙ୍କ ସାନଝିଅ ସାସୁଘର ମୌଇଦିନ ପୁର ରେ ସନ୍ଧେହ ଜନକ ମୃତ୍ୟୁ ହୋଇଥିବା ଖବର ପାଇଁ ପହଞ୍ଚିବା ବେଳକୁ ଝିଅକୁ ନ ପାଇଁ ଜିଲ୍ଲା ମେଡିକାଲ କୁ ଜାଇ ଦେଖିଥିଲେ ଝିଅ ର ମୃତ୍ୟୁ ହୋଇଛି ।ପରେ ଝିଅ ର ସାସୁ ସସୁର ଓ ପରିବାର ମାରିଦେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲାପରେ ପୋଲିସ ଉପସ୍ଥିତିରେ ସବ ବ୍ୟବଛେଦ କରି ପରିବାର ଦିଆଜିବା ପରେ ଟାଉନ ଥାନା ପୋଲିସ ର ବର୍ତ୍ତମାନ ତଦନ୍ତ ଜାରି ରହିଛି ।ତେବେ ଦେଖିବା ର ଅଛି ଟାଉନ ଥାନା ପୋଲିସ କେବେ ତଦନ୍ତ ସାରି ଉକ୍ତ ମହିଳା କୁ ନ୍ୟାୟ ପ୍ରଦାନ କରୁଛନ୍ତି l
(ପାରାଦ୍ବୀପ ରୁ ଦେବାଶିଷ ପାଣି କ ରିପୋର୍ଟ୍ ଉପାନ୍ତ ଖବର)

You may have missed